ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ୍ତାହିକ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

ସାପ୍ତାହିକ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

ବାଲେଶ୍ଵର,୨୫/୦୧/୨୪- ବର୍ତ୍ତମାନ ସାରସ୍ୱତ ସାହିତ୍ୟ ଜଗତରେ ସାଧକ/ସାଧିକା ମାନଙ୍କ ସଂଖ୍ଯା ଯଥେଷ୍ଟ ପରିମାଣରେ ବଢ଼ିବାରେ ଲାଗିଛି । ଜଣେ କବି ସମାଜରେ ଘଟୁଥିବା ଘଟଣାବଳୀକୁ ତା’ର ଲେଖନୀ ମୁନରେ ସ୍ଥାନିତ କରି ପ୍ରଶଂସା ସାଉଁଟିବାରେ ଯେଉଁ ଆନନ୍ଦ ଅନୁଭବ କରେ ତାହା କେଉଁଥିରୁ ପ୍ରାୟ ପାଏନାହିଁ ବୋଲି ମୋର ଅନୁମାନ । ସାହିତ୍ୟ କେବଳ ନିଜକୁ ଆନନ୍ଦ ଦେଇନଥାଏ ଅନ୍ୟ ମାନଙ୍କୁ ଆନନ୍ଦ ଦେବାରେ ମଧ୍ଯ ସହାୟକ ହୋଇଥାଏ । ଲେଖା ମାଧ୍ୟମରେ ଅଚିହ୍ନା ଅପରିଚିତ ବ୍ଯକ୍ତିଙ୍କ ନିକଟରେ ପରିଚୟ ସୃଷ୍ଟି ହୋଇଥାଏ । ଜଣେ ସାଧକ/ସାଧିକାଙ୍କ ଲେଖା ଯଦି କୌଣସି ଠାରେ ସ୍ଥାନ ଅଧିକାର କରେ କିମ୍ବା ଲାଇକ୍ କମେଟ୍ ମିଳେ ସେଇଠି ସ୍ରଷ୍ଟା ନିଜକୁ ଗର୍ବ ଅନୁଭବ କରିଥାଏ । କବିତା, ଗଳ୍ପ କିମ୍ବା ପ୍ରବନ୍ଧ ସବୁଥିରେ ସ୍ରଷ୍ଟାକୁ ଆନନ୍ଦ ମିଳିଥାଏ । ହେଲେ ନିଜର ସ୍ବରଚିତ ସୃଷ୍ଟିକୁ ବିକଶିତ କରିବା ପାଇଁ ଏକ ମାଧ୍ୟମ ଆବଶ୍ୟକ ହୋଇଥାଏ । ସେଭଳି ଏକ ମାଧ୍ୟମର ସ୍ଥାନ ଅଳଙ୍କୃତ କରିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର । ଏହା ଏକ ଶିକ୍ଷା, ସୃଷ୍ଟି ଓ ବିକାଶର ଅନୁଷ୍ଠାନ । ପ୍ରତିଯୋଗିତା ମାଧ୍ୟମରେ କିଛି ନା କିଛି ଶିକ୍ଷା ଦିଆଯାଇଥାଏ । ପ୍ରତି ରବିବାରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ନୂତନ ଓ ପୁରାତନ ସାହିତ୍ୟ ସାଧକ/ସାଧିକା ମାନଙ୍କୁ ନେଇ । ଅନୁଷ୍ଠାନର ମୂଳ ଲକ୍ଷ୍ୟ ସମାଜ ପାଇଁ କିଛି ନୂତନ ସାହିତ୍ୟ ଶ୍ରଷ୍ଟା ସୃଷ୍ଟି କରିବା । ଏବଂ ସେମାନଙ୍କ ପ୍ରତିଭା ବୃଦ୍ଧି କରିବାରେ ସହାୟକ ହେବା । ଅନେକ ସମୟରେ ଅନୁଷ୍ଠାନ ସହିତ ଯୋଡି ହୋଇଥିବା ବନ୍ଧୁ ମାନଙ୍କ ଗଦ୍ଯ କିମ୍ବା ପଦ୍ଯ ଲେଖା ଗୁଡିକୁ ପତ୍ର ପତ୍ରିକାରେ ସ୍ଥାନ ଦେବାପାଇଁ ଚେଷ୍ଟା କରିଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୧୪/୦୧/୨୪ ରିଖରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ସମୟର ଏ ରକ୍ତ ଭୋଜି ” । ଏଥିରେ ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା ଏବଂ ମୟୂରଭଞ୍ଜରୁ ଅଧ୍ଯାପିକା ସମାପ୍ତି ବେହେରା ଅଂଶ ଗ୍ରହଣ କରିଥିଲେ । ଏମାନେ ଜଣେ ଜଣେ ଉତ୍ତମ ସାରସ୍ୱତ ସାଧିକା । ସାରସ୍ୱତ ଜଗତରେ ବହୁ ପରିଚିତ ଓ ସୃଷ୍ଟି ମଧ୍ୟ ସୁନ୍ଦର । ସମସ୍ତଙ୍କ ଲେଖା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ସୁ ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢୀ ପ୍ରଥମ ସ୍ଥାନ, ରଶ୍ମିରେଖା ସାହୁ ଦ୍ବିତୀୟ ସ୍ଥାନ, ଅନ୍ନପୂର୍ଣ୍ଣା ସାହୁ ତୃତୀୟ ସ୍ଥାନ, ବୀଣାପାଣି ଦେବୀ ଚତୁର୍ଥ ସ୍ଥାନ ଓ ଅଧ୍ଯାପିକା ସମାପ୍ତି ବେହେରା ପଞ୍ଚମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ଏ ଫଳାଫଳରେ କେହି ବିମୁଖ ନହୋଇ ଅନବରତ ଲେଖା ଜାରି ରଖନ୍ତୁ ଦିନେ ନା ଦିନେ ଭଗବାନ ଆପଣଙ୍କୁ ଉପଯୁକ୍ତ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ । ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ସ୍ରଷ୍ଟାଙ୍କୁ ଅଜଶ୍ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକୃତରେ ଗଦ୍ଯ ସାହିତ୍ୟର ଉନ୍ନତି ପାଇଁ ଏ ଅନୁଷ୍ଠାନ ଗଠିତ । ଯଦିଓ କବିତା ପ୍ରତିଯୋଗିତା ଲକ୍ଷ୍ୟ ତଥାପି ବେଳେ ବେଳେ ଧ୍ଯାନ ଦିଆଯାଇଥାଏ । ପ୍ରତିଯୋଗିତାରେ କେବଳ ମୋବାଇଲ ଟାଇପ୍ ଗ୍ରହଣ କରାଯାଇଥାଏ । ତେଣୁ ସମସ୍ତେ ମୋବାଇଲ ଟାଇପ୍ ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Related posts

ବାଘ ଆତଙ୍କ, ଗୃହ ପାଳିତ ପ୍ରାଣୀଙ୍କୁ ଆକ୍ରମଣ କରି ନିଜର ଆହାର ବନାଇଲା କଲରାପଥରିଆ ବାଘ

Sunil Chandra Nayak

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଅଗ୍ନି ନିରାପତ୍ତା ଓ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ର ଏକ ମକ୍ ଡ୍ରିଲ୍ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!