ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ର ବନ୍ଧୁ ମିଳନ 

ପାପଡାହାଣ୍ଡି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ର ବନ୍ଧୁ ମିଳନ 

ନବରଙ୍ଗପୁର 🙁 ୨୯|୧)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର ୨୦୦୬ ବ୍ୟାଚ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ର ନୂଆ ବର୍ଷ ର ବନ୍ଧୁ ମିଳନ l ଦୀର୍ଘ ୧୭ ବର୍ଷ ପରେ ପାପଡାହାଣ୍ଡି ବ୍ଲକ ର ଜାମ୍ବଗୁଡା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୬୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଥମେ ସ୍ବର୍ଗତ ୪ ଜଣ ଶିକ୍ଷକ ବିଜୟ କୁମାର ସତନାମୀ, ଦୁଷ୍ମନ୍ତ ମାଝୀ, ରମେଶ ଡ଼ଙ୍ଗରି, ଓ ତୁଶାର ନାୟକ ଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଠାରେ ସମସ୍ତେ ନିଜ ଜୀବନରେ କଟି ଯାଇଥିବା କର୍ମମୟ ଜୀବନର ଅନୁଭୂତି ବିଷୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ପବିତ୍ର ମୋହନ ମାଝୀ, ଶ୍ରୀ ଅଜିତ କୁମାର ମଣ୍ଡଳ, ଓ ଶିକ୍ଷକ ଶ୍ରୀ ମନୋଜ କୁମାର ମାଝୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ସମସ୍ତେ ନିଜ ନିଜ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ମତ ପ୍ରକାଶ କରିଥିଲେ l ଏମିତି ବନ୍ଧୁ ମିଳନ ପ୍ରତ୍ୟେକ ବର୍ଷ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

masiha

Leave a Comment

error: Content is protected !!