ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

ବନ୍ଧୁଗାଁ ତା ୧୭/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତର ଏଡଗୁମବାଲ୍ସା ଗ୍ରାମରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ଦୁଇଜଣ ଯୁବକକୁ ଅପହରଣ ସନ୍ଦେହ କରି ନିସ୍ତୁକ ମାଡ ମାରି ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଗୌରୀ ମେଲେକା ଙ୍କ ଦ୍ଵାରା ସକାଳେ ବନ୍ଧୁଗାଁ ପୋଲିସ ଥାନା ଠାରେ ଫୋନ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଦରମରା ଅବସ୍ଥାରେ ଅଟକ ରଖି ଥିବା ଯୁବକଙ୍କୁ ଉଦ୍ଧାର କରି ଥିଲେ। ପୋଲିସ ତରଫରୁ ଉଦ୍ଧାର ଦୁଇ ଜଣ ଯୁବକଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାପ୍ତ ସୁଚନା ଅନୁଯାଇ ଆଜି ପାହାନ୍ତିଆ ୪ ଘଣ୍ଟା ସମୟରେ ଜାମୁ ଆଖିଲ୍ କୁମାର ୨୦ ବର୍ଷ ପିତା ଜାମୁ ଶଙ୍କର ରାଓ , ଗ୍ରାମ ସମନାଇଡୁୱାଲ୍ସା ଥାନା କମରୋଡା , ଜିଲ୍ଲା ପାର୍ବତୀପୁରମ ମାନ୍ୟମ ଓ ଆଣ୍ଡିରିପୁ ଶରଥରାଓ ୧୮ ବର୍ଷ, ପିତା ଆଣ୍ଡିରିପୁ ଚିରଞ୍ଜିବୀ, ଇନ୍ଦ୍ରା କଲୋନୀ, ପାର୍ବତୀପୁରମ ରହି ଥିବା ବେଳେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ଭୁଲି ଯାଇ ଏଡଗୁମବାଲସା ଗ୍ରାମ ଦେଇ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା ପରେ ସେମାନଙ୍କୁ ପୋଲିସ ବନ୍ଧୁଗାଁ ଥାନାରେ ଅଟକ ରଖି ଥିବା ବେଳେ ଦୁଇ ଜଣଙ୍କ ପିତା ମାତାଙ୍କୁ ଥାନାକୁ ଡ଼ାକି ପଚରାଉଚରା କରି ଅଧିକ ତଦନ୍ତ କରୁ ଥିବା ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଠାରୁ ଜାଣିବାକୁ ମିଳିଛି। ଗାଁ ଲୋକଙ୍କ ବୟାନ ଅନୁଯାଇ ଦୁଇ ଜଣ ବ୍ୟକ୍ତି ଅପହରଣ କରୁଥିଲେ କିନ୍ତୁ ପୋଲିସ ଙ୍କ ବୟାନ ଅନୁଯାଇ ସେମାନଙ୍କ ନିଶାସକ୍ତ ଅବସ୍ଥାରେ ଚାଲି ଯାଇ ଥିବାରୁ ଗାଁ ଲୋକଙ୍କ ଦ୍ୱାରା ସନ୍ଦେହ କରି ମାଡ ଖାଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ବୁଲି ଦେଖିଲେ କଲେ କାୟାକଳ୍ପ ଟିମ

masiha

ରାଜପୁର ବିଦ୍ୟଳୟରେ ଅବସର ଯବାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!