ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ – ଜିଲ୍ଲାପାଳ 

ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ – ଜିଲ୍ଲାପାଳ 

“ଜିଲ୍ଲାରେ ୭ ଲକ୍ଷ ୪ ହଜାର ୫୦୩ ଭୋଟର ମତଦାନ ସାବ୍ୟସ୍ତ କରିବେ”
ନକ୍ସଲ ପ୍ରବଣ ବୁଥରେ ସୁରୁଖୁରୁରେ ମତଦାନ ହେବ – ଏସ.ପି

ରାୟଗଡ :- ୧୭/୦୩ – ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେଲା ପରେ କିପରି ରାୟଗଡ ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କିପରି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିହେବ ସେ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ପ୍ରକାଶ କରିଛନ୍ତି । ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସାମ୍ବାଦିକ ମାନଙ୍କୁ ନେଇ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଗୁଣପୁର ଉପ-ଜିଲ୍ଲାପାଳ କିରଣଦୀପ କୌର, ରାୟଗଡ ଉପ-ଜିଲ୍ଲାପାଳ ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । 

 ଚଳିତ ବର୍ଷ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା । ମେ ୧୩ ତାରିଖ ଦିନ ରାୟଗଡ ଜିଲ୍ଲାର ରାୟଗଡ, ବିଷମକଟକ ଓ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ କୋରାପୁଟ ଲୋକସଭା ଆସନ ପାଇଁ ମତଦାନ ହେବ । ଚଳିତ ବର୍ଷ ନିର୍ବାଚନରେ ରାୟଗଡ, ବିଷମକଟକ ଓ ଗୁଣପୁରର ୭ ଲକ୍ଷ ୪ ହଜାର ୫୦୩ ଭୋଟର ନିଜ ନିଜର ମତଦାନ ସବ୍ୟସ୍ତ କରିବେ । ସେଥି ମଧ୍ୟରୁ ୩ ଲକ୍ଷ ୩୧ ହଜାର ୮୪୪ ଜଣ ପୁରୁଷ ଭୋଟର, ୩ ଲକ୍ଷ ୭୨ ହଜାର ୪୭୪ ମହିଳା ଭୋଟର ଏବଂ କିନ୍ନର ଭୋଟରଙ୍କ ସଂଖ୍ୟା ଜିଲ୍ଲାରେ ୧୮୫ ରହିଛି । ଚଳିତ ନିର୍ବାଚନରେ ଜିଲ୍ଲାରେ ୩୨ ହଜାର ୧୯୮ ଜଣ ନୂତନ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଜିଲ୍ଲାରେ ମୋଟ ୮୮୩ଟି ବୁଥ କରାଯାଇଥିବା ବେଳେ ରାୟଗଡରେ ୩୦୧, ବିଷମକଟକରେ ୨୯୩ ଏବଂ ଗୁଣପୁରରେ ୨୮୯ ବୁଥ କରାଯାଇଛି । ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ପ୍ରତି ବୁଥରେ ଜଣେ ପ୍ରିସାଇଡିଂ ଅଫିସର, ୫ ଜଣ ପୁଲିଂ ଅଫିସର ଏବଂ ୧୧ କର୍ମଚାରୀ ନିୟୋଜିତ ହେବେ । ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ୧୦ ହଜାର କର୍ମଚାରୀ ନିୟୋଜିତ ହେବେ । ଚଳିତ ନିର୍ବାଚନରେ ପୋଷ୍ଟାଲ ବେଲେଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଚଳିତ ନିର୍ବାଚନରେ ୧୦୮ଟି ମଡେଲ ବୁଥ କରିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଥିବା ବେଳେ ୮୮ଟି ବୁଥ୍ ମହିଳାଙ୍କ ପାଇଁ ରହିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ସହ ସୋସିଆଲ ମିଡିଆ ଉପରେ ସତର୍କ ନଜର ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀମହାଜନ ପ୍ରକାଶ କରିଛନ୍ତି । 

 ହିଂସାମୁକ୍ତ ନିର୍ବାଚନ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ସଜାଗ ଥିବା କହିଛନ୍ତି ଏସ.ପି ହରିଶ୍ ବି.ସି । ନିର୍ବାଚନ ସମୟରେ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାନ୍ତ ଉପରେ ପୋଲିସ ପ୍ରଶାସନ ତରଫରୁ ତୀକ୍ଷଣ ନଜର ରଖାଯିବ । ଜିଲ୍ଲାରେ ଥିବା ୫୩ଟି ନକ୍ସଲ ପ୍ରବଣ ( ରାୟଗଡ ୩, ବିଷମକଟକ ୨୭ ଏବଂ ଗୁଣପୁର ୨୩) ବୁଥରେ କିପରି ସ୍ୱଚ୍ଛ ଓ ଅବାଧ ନିର୍ବାଚନ ହେବ ସେ ନେଇ ପୋଲିସ ପ୍ରଶାସନ ସଜାଗ ଥିବା ପ୍ରକାଶ କରିଛନ୍ତି ଏସ.ପି । ନିର୍ବାଚନ ସମୟରେ ଜିଲ୍ଲାରେ ୯ଟି ପ୍ଲାଇିଂଙ୍ଗ ସ୍ୱାର୍ଡ ନିୟୋଜିତ ହେବେ । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାରେ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ତଥା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ଲାଗ ମାର୍ଚ୍ଚ କରାଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲିସ ଏସ.ପି. ହରିଶ୍ ବି.ସି ପ୍ରକାଶ କରିଛନ୍ତି । ନିର୍ବାଚନ ବୈଠକଙ୍କୁ ପରିଚାଳନା କରିଥିଲେ ଜିଲ୍ଲା ସୂଚନ ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି ଗଣଧାରଣା ରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

masiha

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!