ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

ବନ୍ଧୁଗାଁ ତା ୨୯/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରୀଡି ପଞ୍ଚାୟତ ଡୁମାଡଙ୍ଗର ଠାରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଓଡିଶା ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ଜନହିତକର ଯୋଜନା ରହିଛି ତାହା ସଫଳତାର ସହିତ କାର୍ଯ୍ୟକାରିତା ହୋଇଆସୁଛି।ଆଜି ପଞ୍ଚାୟତର ଅନେକ ଗାଁ ଗୁଡିକରୁ ଶତାଧିକ ଲୋକ ଙ୍କ ଉପସ୍ଥିତି ମଧ୍ୟରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯାଇ ସରକାରଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟତର କରାଯାଇଛି । ସ୍ଥାନୀୟ ଅଞ୍ଚଳର ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା।ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ନେଇ ରାଜ୍ୟ ସରକାର ଅନେକ ପ୍ରୟାସ ଜାରି ରଖିଥିବା ବେଳେ ଜଗନ୍ନାଥ ସଂସ୍କୃତି ର ସଂଗ୍ରକ୍ଷଣ,ଧାର୍ମିକସ୍ଥଳୀ ଗୁଡିକର ରୁପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ପ୍ରତି ପଞ୍ଚାୟତକୁ ବ୍ୟାଙ୍କ ସେବାର ଭିତ୍ତିଭୂମି ବିକାଶ , ପ୍ରାଥମିକ ବିଦ୍ୟାଳୟର ଗୁଡ଼ିକର ରୁପାନ୍ତିକରଣ , କ୍ରିଡ଼ା ଭିତ୍ତିଭୂମିର ବିକାଶ , ଐତିହ୍ୟ ଭିତ୍ତିଭୂମିର ବିକାଶ ଭଳି ଅନେକ ଯୋଜନା ହାତକୁ ନିଆଯାଇଛି। ଏହି ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଗାରିଡୀ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ଆଜି ବ୍ଲକର କିଛି ଲାଇନ କାର୍ଯ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ହୋଇଥିଲେ। ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ମତୀ ମାଣ୍ଡିଙ୍ଗି ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଓ ପୁର୍ବତନ ସାଂସଦ ଝିନ୍ ହିକକା, ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଳେଶିକା, ପୂର୍ବତନ ସାଂସଦ ପାର୍ଟିନୀ କୌଶଲ୍ୟା ହିକକା, ବ୍ଲକ ସଭାପତି ବାଲା ନାଗ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ସମାଜ ସେବୀ ଶଙ୍କର ସାଉନ୍ତା ଓ ଯୁବ ସଭାପତି କାହ୍ନୁ ଚରଣ ବେବରା ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ନିହାର ରଞ୍ଜନ ଷଡ଼ଙ୍ଗୀ, ସିଡିପିଓ ଗୀତାଞ୍ଜଳୀ ମହାରଣା, ଜି ପି ଓ ଶ୍ରୀନିବାସ ପଟ୍ଟନାୟକ, ଏ ସି ଓ ଦୀପକ ବେହୁରୀ, ମୁର୍ତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଶୁଭେନ୍ଦୁ ପାତ୍ର,ଏସ ଡି ସି ସଦସ୍ୟ ଲଡୁ ହୁଲୁକା, ଜୋନ ୧ କୋଡିନେଟର ଦସମତି ପ୍ରାସ୍କା,ଗୋପି ନାଥ ବିଡ଼ିକା, ଯୋନ ୨ କୋଡ଼ିନେଟର ଉତ୍ତମ ନାୟକ, ବ୍ଲକ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା, ପି ଇ ଓ ସାଇ ପଟ୍ଟନାୟକ ଉପସ୍ଥିତ ରହି ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ପିଇଓ ବୃନ୍ଦାବନ କଲେକା ତୱାବଧନ କରୁଥିବା ବେଳେ ପିଇଓ ରାମଚନ୍ଦ୍ର ମେଲେକା ପରିଚାଳନା କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବଳରାମ ସାରଙ୍କ ପାଠ ପଢ଼ାଇବା ନିଶା

Sunil Chandra Nayak

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

Sunil Chandra Nayak

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ 

masiha

Leave a Comment

error: Content is protected !!