ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ବୈଠକ 

ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ବୈଠକ 

ରାଉରକେଲା/ ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ସେକ୍ଟର ୩ ଖଡ୍ଗ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଭାର ଉପ ସଭାପତି ସୁରେନ୍ଦ୍ର କୁମାର ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହାସହ ଏକ ବଜେଟ ଓ ତା’ର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗଦେବାକୁ ନିବେଦନ କରାଯାଇଛି। ଏହି ବୈଠକରେ ସର୍ବଶ୍ରୀ ସନ୍ତୋଷ କୁମାର ପ୍ରଧାନ, ବସନ୍ତ ଜେନା, ଉତ୍ତମ କୁମାର ସାମଲ, ରବିନାରାୟଣ ପରିଡ଼ା,ପ୍ରଭାସ ପ୍ରଧାନ, ଜୟନ୍ତ କୁମାର ଜେନା, ଉପେନ୍ଦ୍ର କୁମାର ନାୟକ, ରାଧାଶ୍ୟାମ ପରିଡ଼ା, ରବିନ୍ଦ୍ର ପ୍ରଧାନ, ସୁଦର୍ଶନ ସାମଲ, ନାରାୟଣ ଚନ୍ଦ୍ର, ଚାନ୍ଦମଣୀ ବେହୁରା , ବାବାଜୀ ଚରଣ ସ୍ବାଇଁ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ଅକ୍ଷୟ କୁମାର ଜେନା, ଅବନୀ କୁମାର ବଳ, ଭାନୁ ପ୍ରତାପ ପ୍ରଧାନ, ଜଗନ୍ନାଥ ରାଉତ, ବ୍ରଜକିଶୋର ଦାସ, ନୀଳମଣି ଜେନା, ରବିନ୍ଦ୍ର କୁମାର ବାରିକ, ଗଣେଶ ଜୟସିଂହ, ପ୍ରଫୁଲ୍ଲ ସ୍ଵାଇଁ, ରତ୍ନାକର ବଳ, କିଶୋର କୁମାର ନାୟକ,ଜି ସି ନାୟକ, ପ୍ରଦୀପ କୁମାର ଦାସ, ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉମରକୋଟ ଠାରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଜବତ

Sunil Chandra Nayak

ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଙ୍କ ଅସ୍ଥାୟୀ ବାସଭବନରେ ଭିଜଲାନ୍ସ ଚଢ଼ାଉ

Sunil Chandra Nayak

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!