ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କୋଲନରା : ୦୨/୦୨ – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ମିନାଝୋଲା ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ବି ଇ ଓ ଶ୍ରୀମତୀ ଜେନା ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଉତ୍ସବ ରେ ଝୋରଡି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସହ ବାଙ୍କିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ କୁନି ମାଣ୍ଡାଙ୍ଗି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ,ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ହୁଇକା,ଶିକ୍ଷୟତ୍ରୀ ରେହେନାଜ ଖାତୁନ , ସହକାରୀ ଶିକ୍ଷୟତ୍ରୀ ରଶ୍ମିତା ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ମାଣ୍ଡାଙ୍ଗି, ଏବଂ ପ୍ରାଥମିକ ବିଦ୍ୟାଳୟ ବାଙ୍କିଲି ର ପ୍ରଧାନ ଶିକ୍ଷକ ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି ,ଅଙ୍ଗନ ବାଡ଼ି କର୍ମୀ ଡ଼ି ଲକ୍ଷ୍ମୀ , ଆଶା କର୍ମୀ ଯସଦା କାସ୍କାରିକା ସାଂମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ।ବାର୍ଷିକ ଉତ୍ସବ ରେ କ୍ରୀଡ଼ା, ସଙ୍ଗୀତ, ଓ ଖେଳ ଖୁଦ ରେ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ରୀ ମାନେ ଏହି ବିଦ୍ୟାଳୟ ରେ ଅଧ୍ୟୟନ କରି ଭଲ ଛାତ୍ରୀ ହୋଇ ଥିବାନେଇ ଶାନ୍ତି ପାଲାକା ଏବଂ ଅନିତା ନିମାଲ ନିଜର ବକ୍ତବ୍ୟ ରଖିଥିଲେ ।ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସି ଆର ସି ସି ନରେନ୍ଦ୍ର କୁମାର ଭୁଁୟା ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


