ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ଜିଲ୍ଲାସ୍ତରୀୟ କର୍ମଶାଳା 

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ଜିଲ୍ଲାସ୍ତରୀୟ କର୍ମଶାଳା 

ଲକ୍ଷ୍ମୀପୁର ୧୪/୦୬/୨୫ -+  କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ତଥା କୋରାପୁଟ ଜିଲ୍ଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟତାରେ ଅନୁଷ୍ଠିତ କର୍ମଶାଳାରେ କୋରାପୁଟ ଜିଲ୍ଳାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି,ଗୁଣି,ଜ୍ଞାନୀ ଓ ବୈଷୟିକ ଜ୍ଞାନରେ ଦକ୍ଷତା ଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରସ୍ତାବ ମାନ ଉପସ୍ଥାପନା କରିଥିଲେ।ଏହି କର୍ମଶାଳାରେ ଅତି ଉଚ୍ଚ ମାନର ପ୍ରସ୍ତାବ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିବା ସହ ଜ୍ଞାନୀ ଗୁଣୀ ବିଜ୍ଞ ବ୍ୟକ୍ତିଙ୍କ ପ୍ରସ୍ତାବକୁ ନେଇ ଭିଜନ ଖସଡ଼ା ଚୁଡାନ୍ତ ରୂପ ନେବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ଏହି କର୍ମଶାଳାର ରୂପାୟନ ହେବ ଏବଂ ଲୋକଙ୍କ କଥାକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।ଆର୍ଥିକ ପ୍ରଗତି, କୃଷକଙ୍କ ଆୟ ବୃଦ୍ଧି କରିବା, ପ୍ରାଣୀ ଚାଷୀଙ୍କ ଆୟ ବୃଦ୍ଧି କରିବା, ମତ୍ସ୍ୟ ଚାଷ ଏବଂ ଜଳ କୃଷିକୁ ବୃଦ୍ଧି କରିବା, ଜଳ ସୁରକ୍ଷା, ଜୀବନଯାପନର ସହଜାତରେ ଉନ୍ନତି ଆଣିବା ଏବଂ ଅଣ କୃଷି ନିଯୁକ୍ତି ସୃଷ୍ଟି କରିବା, ସମାନତା ଓ ସମ୍ମାନ ଉପରେ ମୂଳଦୁଆ ପକାଇ ଭବିଷ୍ୟତ ନିର୍ମାଣ କରିବା, ସମସ୍ତଙ୍କ ପାଇଁ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା, କ୍ରୀଡା କ୍ଷେତ୍ରରେ ଅଗ୍ରଣୀ , ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା,ମହିଳା ନେତୃତାଧିନ ବିକାଶ, ଷ୍ଟାର୍ଟ ଅପ ଓଡ଼ିଶା, ଗବେଷଣା ଓ ଜ୍ଞାନ ଭିତ୍ତିକ ଅର୍ଥ ନୀତି, ଶକ୍ତି ଓ ସ୍ଥିରତା, ସହରୀକରଣ ଅଭିବୃଦ୍ଧିର ଏକ ଇଞ୍ଜିନ, ଲଜିଷ୍ଟିକ, ଭିତ୍ତିଭୂମି ଏବଂ ସଂଯୋଗିକରଣ, ସେବାକ୍ଷେତ୍ର ବିସ୍ତାର, ଶିଳ୍ପ, ଖଣିଜ ସମ୍ପଦର ଉପଯୋଗ ଉପରେ ଆଲୋଚନା ହୋଇଛି।ଚାକିରୀ ସୁଯୋଗ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କୋରାପୁଟ ଜିଲ୍ଲା କଫି ଚାଷରେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କଲାଣି,ବିଶ୍ୱ ଦରବାରରେ ମଧ୍ୟ କୋରାପୁଟର କଫି ଆଦୃତ ହୋଇସାରିଛି ଆଗାମୀ ଦିନରେ ବ୍ୟାପକ କଫି ଚାଷ ପାଇଁ ଲକ୍ଷ ରଖାଯାଇଥିବା ସେ କହିଛନ୍ତି । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭ।ସନ ସ୍ଵାଗତ ଅଭିଭାଷଣ ପ୍ରଦାନ କରାଯାଇଥିବା ବେଳେ କୋଟପାଡ଼ ବିଧାୟକ ରୂପୁ ଭତ୍ରା, କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଆଇଏଏସ ପ୍ରୋବେସନର ସନ୍ତୋଷ କୁମାର ପାତ୍ର,କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡା ପୌରାଧ୍ୟକ୍ଷ ଡ ରାଜେନ୍ଦ୍ର ପାତ୍ର, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓ କୋଟପାଡ଼ ଏନଏସି ଅଧକ୍ଷ ଏମ ଶଙ୍କର ରାଓ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା କାର୍ଯକ୍ରମ ପରିଚାଳନା କରିଥିଲେ। 

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

masiha

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

Sunil Chandra Nayak

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

masiha

Leave a Comment

error: Content is protected !!