ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ 

ଯାଜପୁର ୧୪ ଜୁନ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡକ୍ଟର ବୃନ୍ଦା ଡି. ଓ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡକ୍ଟର ବିଜୟ କୁମାର ମହାପାତ୍ର ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରିଥିଲେ। ଏହି ଅବସରରେ ଝାଡ଼ା ବାନ୍ତି ତଥା ଡାଇରିଆରେ ଆକ୍ରାନ୍ତ ଥବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ।

ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡକ୍ଟର ବୃନ୍ଦା ଡି. କହିଲେ ଯେତେ ବି ଝାଡାବାନ୍ତି ସଂକ୍ରମିତ ହେଉଛନ୍ତି ସବୁ ର ତାଲିକା କରାଯିବ ଏବଂ ପରବର୍ତ୍ତୀ ସମୟରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ତାଙ୍କର ଏବଂ ତାଙ୍କ ପରିବାରର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ। ଆର୍.ବି.ଏସ.କେ ମୋବାଇଲ ହେଲଥ ଟିମ୍ ପ୍ରତ୍ୟେକ ଦିନ ଗାଁ ପରିଦର୍ଶନ କରିବେ ଯେଉଁ ଗ୍ରାମରେ ଅଧିକ ରୋଗୀ ଚିହ୍ନଟ ହେବେ ସେଇ ଗ୍ରାମକୁ ଆଗ ଭିଜିଟ କରାଯିବ ଏବଂ ଆଉଟ୍ ରିଚ୍ ଗ୍ରାମ ଗୁଡ଼ିକୁ ମଧ୍ୟ ଭିଜିଟ୍ କରାଯିବ। ପାଣି ପାଉଚ୍ ଏବଂ ବୋତଲ ମ୍ୟାନୁଫ୍ୟାକ୍ଚର ଉପରେ ତଦାରଖ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରାଯିବ।ଏହି ବୈଠକରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରତିସଂକ୍ରମଣ ରୋକିବା ପାଇଁ ଆଶା, ଅଙ୍ଗନୱାଡ଼ି କର୍ମୀ, ଏ.ଏନ୍.ଏମ୍ ମାନେ ଘରକୁ ଘର ଯାଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ, ଯାଜପୁର ଭେଷଜ ମହାବିଦ୍ୟାଳୟର   ଡିନ୍ ଏବଂ ପ୍ରିନ୍ସିପାଲ୍, ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡାକ୍ତରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

Related posts

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ସହ ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅର୍ଦ୍ଧ ଖଣ୍ଡିଆ କାମ ହୋଇ ପଡି ରହିଛି ସରିବ କେବେ 

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

Leave a Comment

error: Content is protected !!