ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବ୍ଳକ ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ରାୟଗଡା ବ୍ଳକ ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ରାୟଗଡା ତା: 03.2.2024 // ରାୟଗଡା ବ୍ଳକ ପରିସରରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁଦୃଢୀକରଣ ଆଗାମୀ ପୀଢିଙ୍କ ନିମନ୍ତେ ଏକ ଆହ୍ଵାନ ବୋଲି କହିଥିଲେ। ଭାଷାର ସୁରକ୍ଷା ନିମନ୍ତେ ସମସ୍ତ ଓଡିଆ ନିଜ ମାତୃଭାଷାକୁ ସମ୍ମାନ ଦେବା ସହ ଭାଷାର ବହୁଳମାତ୍ରାରେ ବ୍ୟବହାର, ପଠନ ଓ ଅଭ୍ୟାସ ନିମନ୍ତେ ପ୍ରେରିତ କରିଥିଲେ । ଉଚ୍ଚ କୋଟୀର ବାଗ୍ନୀ ଙ୍କ ଅଭିଭାଷଣ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥିଲା । ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା ପଦ୍ମାବତୀ ମାଣ୍ଡାଙ୍ଗୀ ଓ ସନ୍ଧ୍ୟା ପୁଲାକା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲୁ ଚରଣ ନାୟକ , ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା, ଆକାଉଣ୍ଟସ ଅଧିକାରୀ ଅନିତା ପଟନାୟକ, ବିଭାଗୀୟ ଅଧିକାରୀ ଦେବବ୍ରତ ଧୀବର, ପ୍ରମୁଖ ମଞ୍ଚାସୀନ ଥିଲେ। 

ଅମଲାଭଟା ଆଦର୍ଶ ମହାବିଦ୍ୟାଳୟ ର ସହ -ପ୍ରଧ୍ୟାପକ ଡ: କୈଳାସ ଚନ୍ଦ୍ର ମଲ୍ଲିକ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡ: ମୀନକେତନ ନାୟକ, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ ଟିକେଶ୍ଵର ମାଝୀ ଓ କଳା ଶିକ୍ଷକ ଦ୍ଵୀତି ଚନ୍ଦ୍ର ସାହୁଙ୍କୁ ଓଡିଆ ଭାଷା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ମାଧ୍ୟମରେ ସମ୍ମାନିତ ଘୋଷଣା କରାଯାଇଥିଲା । 

       କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବା ଘ. 11 ଟିକା ସମୟରେ ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ସଂଘମିତ୍ରା ଦେବୀ ଓଡ଼ିଆ ସାହିତ୍ୟ ଜଗତର ମହାମନୀଷୀଙ୍କ ଫଟୋ ଗ୍ୟାଲେରି ଓ ପୁସ୍ତକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ଦୁଇ ଶହରୁ ଅଧିକ ଉପାଦେୟ ପୁସ୍ତକ ପ୍ରଦର୍ଶିତ ହୋଇଥିଲା । ଦିବା ଠିକ୍ ଘ ୧୧.୩0 ମିନିଟ ସମୟରେ ଜନତା ମୈଦାନ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବ ର ସିଧାପ୍ରସାରଣ କରାଯାଇଥିଲା । ଶେଷରେ କାର୍ଲାକଣା କଳା ଓ ସଂସ୍କୃତି ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

  ଏଥିରେ ପଞ୍ଚାୟତ ସମିତିର କର୍ମକର୍ତ୍ତା , ନିର୍ବାଚିତ ପ୍ରତିନିଧି, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଏହାର ସଂଯୋଜନା କରିଥିଲେ । ବିଶ୍ଵ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଥିବା ମହାମନୀଷୀଙ୍କ ଫଟୋଚିତ୍ର ବ୍ୟାନର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା । ସହର ରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗୁଡିକ ସଫା ସୁତରା କରିବା ସହ ପୁଷ୍ପମାଲ୍ଯ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା। ପୁସ୍ତକ ପ୍ରଦର୍ଶନୀ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂୟସୀ ପ୍ରସଂଶା କରିଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ସେହିପରି ରାୟଗଡା ବ୍ଳକର ଅଠେଇଶି ଗୋଟି ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସାହିତ୍ଯ ସଂସଦ ଗଠିତ 

masiha

ରାଜଧାନୀ ଭୁବନେଶ୍ଵର ରେ ୫ ଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

masiha

ଦୀପାବଳି ଉତ୍ସବ ଉପଲକ୍ଷେ ଓରମାସ ସହାୟତାରେ ମୟୁର ଶିଳ୍ପା ସମ୍ମୁଖରେ ସୁଭଦ୍ରା ଶକ୍ତି ମହିଳାଙ୍କୁ ନେଇ ଦୀପାବଳି ସାମଗ୍ରୀ ପ୍ରକାଶିବା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!