ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଲାଞ୍ଜିଗଡ,୦୩/୦୨(ମନିସ)-ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଆଜିଠୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ତହସିଲଦାର ତଥା ବିଡିଓ କିରଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସିଡିପିଓ ବିଜୟଶ୍ରୀ ସିଂ ଯୋଗ ଦେଇଥିଲେ। ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ଓ ଲେଖକ ତପନ ଭୋଇ, ସୁଶୀଲ କୁମାର ବାଗ, ଅର୍ଚ୍ଚନା ମିଶ୍ର, ମାନସୀ ତୁଳ, କାହ୍ନୁଚରଣ ବାବାଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆ, ସନ୍ତୋଷୀ ଗଉଡ଼, କସ୍ତୁରୀ ମହାପାତ୍ର ମାନପତ୍ର ପଠନ କରିଥିଲେ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

masiha

କୁଆପଥର ବର୍ଷାରେ ଉଜୁଡିଲା ଗୋତୋମୁଣ୍ଡା ଅଞ୍ଚଳର ପିଆଜ ଚାଷ, କ୍ଷତିପୂରଣ ଦାବି କଲେ ଚାଷୀ

Sunil Chandra Nayak

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!