ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜେଡିସିସି କପ ଜୁନାଗଡ଼ ନରେନ୍ଦ୍ର ଭୋଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ,ଓମ ଏଲେଭେନ ଚାମ୍ପିଅନ

ଜେଡିସିସି କପ ଜୁନାଗଡ଼ ନରେନ୍ଦ୍ର ଭୋଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ,ଓମ ଏଲେଭେନ ଚାମ୍ପିଅନ

ଜୁନାଗଡ଼,୪ /୨ (ମ ନି ସ)ସ୍ଥାନୀୟ  ଭଇରୋ ଫିଲଡ ଖେଳ ପଡିଆ ଠାରେ ଜିଲ୍ଲା ର ଷୋହଳ ଗୋଟି  ଟିମ କୁ ନେଇ  ଚାଲିଥିବା ଟେନିସ ବଲକ୍ରିକେଟ  ଟୁର୍ନାମେଣ୍ଟ ର ଫାଇନାଲ ଖେଳରେ ଦାସ ଓ ଓଁ ଏଲେବେନ ଚାମ୍ପିଅନ ହୋଇଥିବା ବେଳେ ଜୁନାଗଡ଼ ଜୟ ଦୁର୍ଗା କ୍ଲବ ରାନର୍ସଅପ ହୋଇଛନ୍ତି। ଫାଇନଲ ଖେଳରେ ପ୍ରଥମେ ଜୁନାଗଡ଼ ଜୟ ଦୁର୍ଗା ୧୧୫ ରନ ଟାର୍ଗେଟ ରଖିଥିବା ବେଳେ ଜବାବରେ ଦାସ ଏଲେଭେନ ୧୧ଓଭର ୨ବଲ ରେ ଏହି ଲକ୍ଷ୍ୟ ହାସଲ କରି ୧୧ ରନ୍ରରେ ବିଜୟ ଲାଭ କରିଥିଲା। । ଫାଇନଲ ଖେଳର ଉଦଯାପନୀ ଦିବସରେ ମୁଖି ଅତିଥି ଭାବେବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ, ସମ୍ମାନିତ ଅତିଥି ଭାବେ ବିଜେପି ପ୍ରଭାରୀ ରାଜପ୍ରସାଦ ସାହୁ, ସମାଜସେବୀ ଉଦ୍ଧବ ଚରଣ ସାହୁ, ପାରିଷଦ ପୁଷ୍ପାଞ୍ଜଳି ଦଣ୍ଡସେନା,ପ୍ରମୁଖ ଯୋଗଦେଇ ଚାମ୍ପିଅନ ଦଳକୁ ୩୧ ହଜାର ଓ ରନର୍ସଅପ ଦଳକୁ ୨୧ହଜାର ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ବହୁଜନ ସଂଗ୍ରାମ ସମିତି ନରେନ୍ଦ୍ର କ୍ଷିତି, ନିଲୁ ମାଝୀ, ରତନ ଢଙ୍ଗଡାମାଝୀ ,ବିକ୍ରାନ୍ତ କୁମାର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଖେଳାଳି ମାନଙ୍କୁ ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ  । ସେହିପରି ମେନ ଅପ ଦ ମ୍ୟାଚ ଭାବେ ଲିଲୁ ଓ ମେନ ଅପ ଦ ସିରିଜ ଭାବେ ମସିନ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଖେଳ କୁ ପରିଚାଳନା କରିଥିଲ ସୁଧର୍ମା ଓ ମହେଶ । ସ୍କୋର ରେ ମୋସୀମ ଖାନ ଓ କମେଣ୍ଟ୍ରି ସତୀଶ ପ୍ରଧାନ ବିନୟ ସାହୁ ଦାୟିତ୍ୱ ତୁଲାଇ ଥିଲେ । ଖେଳ ରେ ସଭାପତି ମୋନଜ କୁମାର ନାଏକ ସମ୍ପାଦକ ଯୋଗିନୀ ପୂଜାରୀ, କୋଷାଧକ୍ଷ ଜିତୁ ନାଏକ,ଅରବାଜ, ଜାଖୀର, ଜାଭିଡ, ଆର୍ତ୍ତ, ରାହୁଲ ଡିକସନ ପ୍ରମୁଖଏବଂ ଜୟ ଦୁର୍ଗା କ୍ଲବ ର ସମସ୍ତ ସକ୍ରିୟ ସଦସ୍ୟ ଦାୟିତ୍ୱ ଏହି ତୁଲାଇ ଥିଲେ। ଏହି ଫାଇନଲ ଖେଳ ଅନେକ ଦର୍ଶକ ଉପସ୍ଥିତ ହୋଇ ଭରପୁର ମଜା ନେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତିନି ଦିନ ଧରି କ୍ରିକେଟ କୋଚିଂ କେମ୍ପ, ଓଡ଼ିଶା କ୍ରିକେଟ କୋଚ୍ ଙ୍କ ଯୋଗଦାନ

masiha

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!