ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

କନ୍ଧମାଳ:ତା,୦୮/୦୨:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକର ୪୧ ନଂ. ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍‌ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଟପ୍‌ ମାଓନେତା ଦସ୍ରୁ ମୃତ୍ୟୁ ଖବର ମାଓ ସଙ୍ଗଠନ ଗ୍ରହଣ କରିପାରୁ ନାହିଁ, ବରଂ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇ ନିର୍ଯାତନା ଦେଇ ପଚରାଉଚରା କରୁଥିବା ଅଭିଯୋଗ ଆଣିଛି କେକେବିଏନ୍‌ ମାଓ ସଂଗଠନ । ତୁରନ୍ତ ପୋଲିସ ତାଙ୍କୁ ଇଣ୍ଟୋରୋଗେସନ୍‌ ବନ୍ଦ କରି ଆଇନ୍‌ ଅନୁଯାୟୀ ଦସ୍ରୁଙ୍କୁ କୋର୍ଟରେ ହାଜର କରନ୍ତୁ ବୋଲି ଚେତାବନୀ ଦେଇଛି ସିପିଆଇ ମାଓ ସଂଗଠନ । ଚଳିତ ମାସ ଫେବୃଆରୀ ୩ ତାରିଖ ସନ୍ଧ୍ୟା ୭ଟା ୩୦ ମି.ସମୟରେ କାମ୍ବେରକିଆ ଗାଁ ନିକଟରେ ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ସର୍ଚ୍ଚ ଅପରେସନ୍‌ ଚାଲିଥିଲା । ଘନ ଅନ୍ଧକାରରେ ପୋଲିସ ଉପରକୁ ଗୁଳି ମାଡ଼ କରିବା ପରେ ପୋଲିସର ପାଲଟା ଗୁଳିରେ ମାଓବାଦୀଙ୍କ ଜଣେ କମାଣ୍ଡର ହାତରେ ଗୁଳି‌ ବାଜିଥିଲା । ଏହାପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଥିଲେ । ପୋଲିସର ଘନ ଘନ ଗୁଳିମାଡ଼ରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳି ବିନିମୟ ସମୟରେ ଜଣେ ଡିଭିଏଫ୍‌ ର ଜଣେ ଜବାନ ଙ୍କ ହାତରେ ମଧ୍ୟ ଗୁଳିବାଜି ଆହତ ହୋଇଥିଲେ । ଏହାପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଯାହାକୁ ଚିହ୍ନଟ ବେଳେ ସେ କେକେବିଏନ୍‌ ଡିଭିଜନର ଡିସିଏମ୍‌ ତଥା ଟପ ମାଓ ନେତା ଦସ୍ରୁ ବୋଲି ପୋଲିସ କହିଥିଲା । ତାର ମୃତଦେହ ନିକଟରୁ ଗୋଟିଏ ୩୦୩ ରାଇଫଲ ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଦସ୍ରୁ ମୁଣ୍ଡରେ ଛତିଶଗଡ ସମେତ ଓଡିଶା ପୋଲିସ ପକ୍ଷରୁ ପୁରସ୍କାର‌ ମଧ୍ୟ ଘୋଷଣା ହୋଇଥିଲା । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କେସର ସେ ମୋଷ୍ଟୱାଣ୍ଟେଡ ରହିଛି । ଏକାଧିକ ନାଁରେ ପରିଚୟ ଦେଇ ସେ ବୁଲୁଥିଲା । କେକେବିଏନ୍‌ ଡିଭିଜନ ଦସ୍ରୁ ନେତୃତ୍ବରେ ବେଶ ସକ୍ରିୟ‌ ରହିଥିଲା ।ହେଲେ ଟପ୍‌ ମାଓନେତା ତଥା ମାଓ କମାଣ୍ଡର ଦସ୍ରୁଙ୍କ ମୃତ୍ୟୁକୁ ମାଓ ସଂଗଠନ ଗ୍ରହଣ କରି ପାରୁନି l ରାଜ୍ୟପଥ କଡ଼ରୁ ଜବତ ହୋଇଥିବା ପୋଷ୍ଟରରେ ଲେଖାଯାଇଛି ଯେ, ଚଳିତ ମାସ ଫେବୃଆରୀ ୩ ତାରିଖ ସନ୍ଧ୍ୟାରେ ଆମ ପାର୍ଟିର କାମ ପାଇଁ ଦସରୁ କାମ୍ବେରକିଆ ଗାଁ ଯାଇଥିଲେ । ପୋଲିସ ମୁଖବୀର ସୂଚନା ପାଇ ଆସି ତାଙ୍କୁ ଧରିନେଇଛନ୍ତି । ହେଲେ ତାଙ୍କୁ ଏପର୍ଯ୍ୟନ୍ତ କୋର୍ଟରେ ହାଜର କରିନାହାନ୍ତି । ତାଙ୍କୁ କଣ୍ଟ୍ରୋଲ ରୁମ୍‌ରେ ରଖି ନିର୍ଯାତନା ଦେଇ ଇଣ୍ଟୋରୋଗେସନ୍‌ କରୁଛି ପୋଲିସ । ତାଙ୍କୁ ନିର୍ଯାତନା ଓ ଇଣ୍ଟୋରୋଗେସନ୍‌ ବନ୍ଦ କରି ତୁରନ୍ତ କୋର୍ଟରେ ହାଜର କରାଯାଉ । କୁମ୍ବିଂ ଅପରେସନ୍‌ ଦ୍ବାରା ଆମ ପାର୍ଟି କ୍ୟାଡରଙ୍କୁ ଆରେଷ୍ଟ କରିବା ଏବଂ ନିର୍ଦ୍ଦୋଷ ଗ୍ରାମୀଣଙ୍କୁ ନିର୍ଯାତନା ଦେବା ବନ୍ଦ କରାଯାଉ । ତେବେ କେକେବିଏନ୍‌ ମାଓ ସଂଗଠନର ଏହି ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

Leave a Comment

error: Content is protected !!