ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ଡଙ୍ଗାପଟା

ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ଡଙ୍ଗାପଟା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି l ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ବିନେକେଲା ବନାମ ଡଙ୍ଗାପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଡଙ୍ଗାପଟା ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ତେରେସିଂହା ଗ୍ରା. ପ. ସରପଞ୍ଚ ପ୍ରମୋଦ ସୁନା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଛବିଳ ନାଏକ ଯୋଗ ଦେଇଥିଲେ l ଆୟୋଜକ କମିଟି ର ସଭାପତି କିଶୋର ଚନ୍ଦ୍ର ନାଏକ ଓ ସମ୍ପାଦକ ରଶ୍ମି ରଞ୍ଜନ ରଣାଙ୍କ ନେତୃତ୍ବରେ କମିଟି ସଦସ୍ୟ ତପନ ମାଝୀ, ବୁଲୁ ରଣା, ସୁରେଶ ଭୋଇ, ଗୌର ଚନ୍ଦ୍ର ନାଏକ, ଚୂଡ଼ାମଣି ରଣା, ଅର୍ଜୁନ ବେବର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ l ମ୍ୟାଚକୁ ଚଞ୍ଚଳ ମାଝୀ ପରିଚାଳନା କରିଥିବା ବେଳେ ବିଶେଶ୍ୱର ପ୍ରଧାନ ଓ ବୁଲୁ ମାଝୀ ସହଯୋଗ କରିଥିଲେ l ଦେବେନ୍ଦ୍ର ରଣା ଧାରାବିବରଣୀ ପ୍ରଦାନ କରିଥିଲେ l ରବିବାର ଲଇତରା ଓ ଡଙ୍ଗାପଟା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଫାଇନାଲକୁ ଉନ୍ନିତ

Sunil Chandra Nayak

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ଯାଦବ ମାଝୀ ସ୍ମାରକୀ କ୍ରିକେଟ ,ଟିକେନ ଙ୍କ ଶତକ, ଟିଟଲାଗଡ ବିଜୟୀ

Sunil Chandra Nayak

Leave a Comment

error: Content is protected !!