ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

 ମୟୂରଭଞ୍ଜ – ୧୧/୦୨ ( ମସିହା) ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଦିନ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ ସଭାପତି ଆର୍ତ୍ତବଂନ୍ଧୁ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ରବୀନ୍ଦ୍ର ବେରା, ପୂର୍ଣଚନ୍ଦ୍ର ଚୌଧୁରୀ, ଭରତ ଚନ୍ଦ୍ର ସେଠୀ,ସତ୍ୟ ନାରାୟଣ ବେହେରା ପଙ୍କଜ ଯେନା, ବୃନ୍ଦାବନ ମହାନ୍ତି,ସର୍କଲ ସେକ୍ରେଟାରୀ ଅଶ୍ବିନୀ ପଣ୍ଡା,ଡିଭିଜନ ସଂପାଦକ ରାମ ଦୁଲାଲ ରାୟ, ରାମଚନ୍ଦ୍ର ନାୟକ, ତ୍ରିଲୋଚନ ମହାରଣା, ବିଜୟକୃଷ୍ଣ ମହାନ୍ତି,, ଜଗନ୍ନାଥ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ଵର,ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ୪୦୦ ରୁ ଉର୍ଦ୍ଧ୍ବ ଏହି ସଂଗଠନର ସଦସ୍ୟ ତଥା କର୍ମଚାରୀ ଯୋଗ ଦେଇଥିଲେ । କର୍ମଚାରୀ ବୃନ୍ଦ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ ।ବିଶେଷତଃ ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କରାଯାଉଛି ସେଥିପାଇଁ ପାରିଶ୍ରମିକ ମିଳୁ ନାହିଁ, ଆବଶ୍ୟକୀୟ ଛୁଟି ମିଳୁ ନାହିଁ,ମନ ଇଛା ବଦଳି କରାଯାଉଛି , ଚାକିରୀ ସ୍ଥାୟୀତ୍ବ କରାଯାଉନାହି, କେଡର ପଦୋନ୍ନତି ନ କରିବା ,ଇପିଏଏଫ,ଇଏସଆଇ ଠିକ୍ ସମୟରେ ଡିପୋଜିଟ କରାଯାଉ ନାହିଁ, ଟାର୍ଗେଟ ପୂରଣ ନ ହେଲେ ଜବରଦସ୍ତ ଦରମା କାଟୁଛନ୍ତି । ନେତୃବୃନ୍ଦ କହିଥିଲେ ସଂଘଂ ଶରଣଂ ଗଛାମି ।ପାଓ୍ଵାର ଏମ୍ପଲୟଜ ୟୁନିୟନର ଅତୀତରେ ବିଦ୍ୟୁତ କର୍ମଚାରୀଙ୍କ ସ୍ଵାର୍ଥକୁ ନେଇ ଲଢ଼ୁଥିଲା ଏବଂ ଆଗକୁ ମଧ୍ଯ ସଂଗ୍ରାମ କରିବ । ସମସ୍ତ କର୍ମଚାରୀ ପାଓ୍ବାର ଏମ୍ପଲୟଜ୍ ଛତା ତଳେ ରହି ଗ୍ରାମ ଜାରି ରଖିଲେ ବିଜୟ ସହିତ ସମାଧାନ ହେବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଠାରେ ଏଓଏସସିଏଫ  ତରଫରୁ ବକ୍ତୃତା ପ୍ରତିଯୋଗିତା 

masiha

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

Sunil Chandra Nayak

ଅବସର ପ୍ରାପ୍ତ କୃଷି ଅଧିକାରୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଗାଁରେ ଶୋକର ଛାୟା

masiha

Leave a Comment

error: Content is protected !!