ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

ବସ୍ତା ,12/2 ରୂପସା ଥାନା ଅନ୍ତର୍ଗତ ପାଟପୁର ବଜାର ଗୋଛାୟତ କମ୍ପ୍ଲେକ୍ସରେ ଆୟୋଜିତ 7 ଦିନିଆ ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ ହୋଇଯାଇଛି l ସକାଳେ ସଂକୀର୍ତ୍ତନ ମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ l ହୀରାପୁର ଗ୍ରାମ ପୋଖରୀରୁ ଘଟୋତ୍ତାଳନ କରାଯାଇ ମଣ୍ଡପରେ ଘଟରୋପଣ ହୋଇଥିଲା l ସନ୍ଧ୍ୟାରେ ଆଧ୍ୟାତ୍ମିକ ଭଜନ ପରିବେଷଣ ପରେ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା l ଓଡିଶାର ବିଶିଷ୍ଟ ପ୍ରବଚକ ତଥା ସାଧୁ ଶ୍ରୀଶ୍ରୀଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜ ଯୋଗ ଦେଇ ଗୀତା, ଭାଗବତ ଓ ରାମାୟଣ ସମ୍ବନ୍ଧୀୟ ଆଧ୍ୟାତ୍ମିକବାଣୀ ଶ୍ରବଣ କରାଇଥିଲେ l ଭକ୍ତି ଭାବ ଓ ଆଧ୍ୟାତ୍ମିକ ଚେତନା ବଳରେ ମଣିଷ ଭଗବାନଙ୍କର ନିକଟତର ହୋଇଥାଏ ବୋଲି ସେ କହିଥିଲେ lଆଖପାଖ ଅଞ୍ଚଳରୁ ଶତାଧିକ ଭଗବତପ୍ରେମୀ ଏହି ଆଧ୍ୟାତ୍ମିକ ସଭାରେ ଯୋଗ ଦେଇ ପ୍ରବଚନ ଶୁଣିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

masiha

Leave a Comment

error: Content is protected !!