ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

ବସ୍ତା ,12/2 ରୂପସା ଥାନା ଅନ୍ତର୍ଗତ ପାଟପୁର ବଜାର ଗୋଛାୟତ କମ୍ପ୍ଲେକ୍ସରେ ଆୟୋଜିତ 7 ଦିନିଆ ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ ହୋଇଯାଇଛି l ସକାଳେ ସଂକୀର୍ତ୍ତନ ମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ l ହୀରାପୁର ଗ୍ରାମ ପୋଖରୀରୁ ଘଟୋତ୍ତାଳନ କରାଯାଇ ମଣ୍ଡପରେ ଘଟରୋପଣ ହୋଇଥିଲା l ସନ୍ଧ୍ୟାରେ ଆଧ୍ୟାତ୍ମିକ ଭଜନ ପରିବେଷଣ ପରେ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା l ଓଡିଶାର ବିଶିଷ୍ଟ ପ୍ରବଚକ ତଥା ସାଧୁ ଶ୍ରୀଶ୍ରୀଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜ ଯୋଗ ଦେଇ ଗୀତା, ଭାଗବତ ଓ ରାମାୟଣ ସମ୍ବନ୍ଧୀୟ ଆଧ୍ୟାତ୍ମିକବାଣୀ ଶ୍ରବଣ କରାଇଥିଲେ l ଭକ୍ତି ଭାବ ଓ ଆଧ୍ୟାତ୍ମିକ ଚେତନା ବଳରେ ମଣିଷ ଭଗବାନଙ୍କର ନିକଟତର ହୋଇଥାଏ ବୋଲି ସେ କହିଥିଲେ lଆଖପାଖ ଅଞ୍ଚଳରୁ ଶତାଧିକ ଭଗବତପ୍ରେମୀ ଏହି ଆଧ୍ୟାତ୍ମିକ ସଭାରେ ଯୋଗ ଦେଇ ପ୍ରବଚନ ଶୁଣିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଜୁନାଗଡ ବିଡ଼ିଓ ଙ୍କ ଜରିଆରେ ରାଜ୍ଯ ପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!