ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛଲତାକୁ ରାକ୍ଷୀ ବାନ୍ଧିଲେ ବନ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା 

ଗଛଲତାକୁ ରାକ୍ଷୀ ବାନ୍ଧିଲେ ବନ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା 

ନବରଙ୍ଗପୁର:(ତା ୧୯/୦୮)(ରବିନାରାୟଣମହାନ୍ତି)-ଆଜି ସମଗ୍ର ଦେଶ ରକ୍ଷା ବନ୍ଧନ ପର୍ବ ପାଳିତ ହେଉଥିବା ବେଳେ ସମସ୍ତ ଭଉଣୀମାନେ ନିଜ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ କାମନା କରିବା ସହ ଶୁଭ ମନାସିଛନ୍ତି |ଏହି ପରିପ୍ରେକ୍ଷୀରେ ଝରୀଗାଁ ବନ ବିଭାଗ ଦ୍ୱାରା ଏକ ନିଆରା ଢଙ୍ଗରେ ଏହି ପର୍ବଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି |ଝରୀଗାଁ ବନାଞ୍ଚଳର ସାନ ଟେମରା ବିଟ ଓ କଙ୍ଗରା ସେକସନ ବିଟ ଫରେଷ୍ଟର ଅମିତ କୁମାର ଦାସ,ଗାର୍ଡ ରମାକାନ୍ତ ସାହୁ, ଓ ଡିଓ ଦେବେନ୍ଦ୍ର ରାଉତ ନକ୍ସାପଦର ଓ ଭରୁଆମୁଣ୍ଡା ଗ୍ରାମର ବନ ସୁରକ୍ଷା ସମିତିର ସଦସ୍ୟ/ସଦସ୍ୟା ମାନଙ୍କ ସହଯୋଗରେ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି l “ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା “ସ୍ଲୋଗାନକୁ ହୃଦୟଙ୍ଗମ କରି ସାନ ଟେମରା ଓ କଂଗ୍ରା ବିଟରେ ଜଙ୍ଗଲରେ ଥିବା ବୃକ୍ଷଲତା ମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇଛନ୍ତି |ଉଭୟ ଗ୍ରାମର ଶତାଧିକ ମହିଳା ଜଙ୍ଗଲକୁ ଯାଇ ଗଛଲତା ସବୁକୁ ରୀତିନୀତି ଅନୁସାରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆକସ୍ମିକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ ଟପ ଏକସର୍ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ 

Sunil Chandra Nayak

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ  “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ “

masiha

ରାଇରଙ୍ଗପୁର କୋର୍ଟରେ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ୪ ଲକ୍ଷ ଟଙ୍କା ଆଦାୟ

Sunil Chandra Nayak

Leave a Comment

error: Content is protected !!