ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ସ୍କୁଟି ଓ ୨୫ ହଜାର ଲୁଟିନେଲେ ଦୁର୍ବୃତ୍ତ, ଆଜି ପୋଲିସ ତଦନ୍ତ ଜାରୀ ବସ୍ତା ଥାନା ଅନ୍ତର୍ଗତ ଖୁଣ୍ଟା ଓ କୁଣ୍ଡପୁର ରାସ୍ତାର ମଧ୍ୟବର୍ତ୍ତୀ ହଳଦିଆପଡ଼ା ରାସ୍ତାରେ ଗତ ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଉପରକୁ ଦୁର୍ବୃତ୍ତ ମାନେ ଅତର୍କିତ ଆକ୍ରମଣ କରି ସ୍କୁଟିକୁ ଛଡ଼ାଇନେବା ସହ ଟଙ୍କା ପଇସା ଲୁଟ୍ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ କୁଣ୍ଡପୁର ଗ୍ରାମର ଅଜୟ କୁମାର ବେହେରା ଓ ସାନ ଭାଇ ଅକ୍ଷୟ କୁମାର ବେହେରା ଗତକାଲି ରାତିରେ ବସ୍ତା ବଜାରରେ ଥିବା ଗ୍ରସୋରୀ ଦୋକାନକୁ ବନ୍ଦ କରି ନିଜର ସ୍କୁଟି (ଓଡ଼ି ୦୧ୟୁ ୫୧୪୦)ରେ ଖୁଣ୍ଟା ରେଳ ଫାଟକ ଦେଇ ଘରକୁ ଆସୁଥିବା ସମୟରେ ହଳଦିଆପଡ଼ା ରାସ୍ତାର ସ୍ବର୍ଗତ ଲକ୍ଷ୍ମଣ ରାମଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବରୁ ଛକି ରହିଥିବା ୬/୭ ଜଣ ଦୁର୍ବୃତ୍ତ ଦୁଇ ଭାଇଙ୍କ ଉପରକୁ ଠେଙ୍ଗାବାଡ଼ିରେ ଅତର୍କିତ ଆକ୍ରମଣ କରିଥିଲେ।ଆକ୍ରମଣରେ ଦୁଇ ଭାଇଙ୍କୁ ଲହୁଲୁହାଣ କରି ସେମାନଙ୍କ ନିକଟରୁ ସ୍କୁଟି ସହ ଓପରବେଳା ବିକ୍ରି ଟଙ୍କା(୨୫ ହଜାର)କୁ ଛିନତାଇ କରି କୁଣ୍ଡପୁର ଦେଇ ସଂଯୋଗ କରୁଥିବା ୬୦ ନମ୍ବର ଜାତୀୟ ରାଜପଥ ଦେଇ ଫେରାର୍ ହୋଇଯାଇଥିଲେ।ପରେ ଦୁଇ ଭାଇଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବସ୍ତା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ବୁଧବାର ଅପରାହ୍ନ ସମୟରେ ବସ୍ତା-ବାଲିଆପାଳ ରାସ୍ତାର ପେଜଗଳା ପୋଲ ନିକଟରେ ସ୍କୁଟିଟି ପଡ଼ିଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।ପରେ ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ବୈଠକ ପ୍ରହସନ

masiha

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

Leave a Comment

error: Content is protected !!