ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରାଡ଼ଙ୍ଗା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବରାଡ଼ଙ୍ଗା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତରେ ସରପଞ୍ଚ ନିରୂପମା ସେଠିଙ୍କ ଅଧ୍ୟକ୍ଷତାରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ବଡ ପୋଡ଼ାଗୁଡା ସରପଞ୍ଚ ଯମୁନା ନାଏକ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ପୂର୍ବତନ ସରପଞ୍ଚ ମନୋଜ କୁମାର ନାଏକ, ଗୋକୁଳ ନାଏକ, ପୂର୍ବତନ ସମିତି ସଭ୍ୟା ଶକୁନ୍ତଳା ଚଳାନ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ସୂଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଘୁମୁରା, ବଜାସାଲ, ଘୁଡୁକା କଳାକାର ଓ ସ୍ଥାନୀୟ କଳାକାର ମାନେ ଲୋକକଳା ନୃତ୍ୟ ସମ୍ବଲପୁରୀ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଗ୍ରାମ ରୋଜଗାର ସେବକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ । ବରାଡ଼ଙ୍ଗା ପିଇଓ ଗିରିଶ ଚନ୍ଦ୍ର ନାଏକ ଓ ସମାଜସେବୀ ଟିକଚନ ସେଠି ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ 

masiha

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

Sunil Chandra Nayak

ଦୁର୍ଗମ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

Leave a Comment

error: Content is protected !!