ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ ଆନ୍ଦୋଳନ

ରାଇରଙ୍ଗପୁରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ ଆନ୍ଦୋଳନ

 ମୟୂରଭଞ୍ଜ – ୧୯/୦୨ ( ମସିହା)ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧୀକାରୀ ସଂଘର ନିଷ୍ପତ୍ତି ଓ ମୟୂରଭଞ୍ଜ ଜିଲ୍ଲା ଶାଖାର ନିଷ୍ପତ୍ତି କ୍ରମେ ଆଜି ୧୯ ତାରିଖରୁ ଵଆମଘଆଟଈ ଉପଖଣ୍ଡର ୭ ଟି ତହସିଲ ସମେତ ସମସ୍ତ ୨୬ ଟି ତହସିଲରେ ବିଭିନ୍ନ ଦାବି ନେଇ ସୁପରଭାଇଜର,ଆର ଆଇ,ଏ ଆର ଆଇ, ସମସ୍ତେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ କଲମ ଛାଡ ଆନ୍ଦୋଳନ କରି ତହସିଲ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ।ଆଗରୁ ସେମାନଙ୍କ ଦାବି ଗୁଡ଼ିକ ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି ଅଣଦେଖା କରିବାରୁ ଆଜିଠାରୁ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ଓଡ଼ିଶା ରାଜସ୍ୱ ସେବାରେ ପଦୋନ୍ନତି ପାଇବାକୁ ଯୋଗ୍ୟ ସେମାନଙ୍କ ମଧ୍ୟରେ ଗ୍ରେଡେସନ ତାଲିକା ପ୍ରାପ୍ତ ଅନୁଯାୟୀ ପ୍ରାଥମିକତା ପ୍ରଦାନ କରିବା,ସେହିଭଳି ଏ ଆର ଆଇ ଏବଂ ଅମିନ ମାନଙ୍କ କେଡର ଲିଷ୍ଟ ପ୍ରକାଶ କରି ପ୍ରାଥମିକତା ଅନୁସାରେ ପଦୋନ୍ନତି କରିବା, ସେହିପରି ଆର ଆଇ କାର୍ଯ୍ୟାଳୟରେ ସହକାରୀ ରାଜସ୍ଵ ନିରୀକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଅନୁଯାୟୀ ସଂପନ୍ନ କରିବା,୫ ବର୍ଷ ସଂପୁର୍ଣ କରିଥିବା ସହକାରୀ ରାଜସ୍ବ ନିରୀକ୍ଷକଙ୍କୁ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଦବୀ ସୃଷ୍ଟି କରାଯାଇ ପଦୋନ୍ନତି ନେବା, ପଦୋନ୍ନତି ନିମନ୍ତେ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟରେ ଉଲ୍ଲେଖନୀୟ ବ୍ୟବସ୍ଥା ଉଛେଦ କରିବା, କର୍ତ୍ତବ୍ୟ ତାଲିକାରେ ଆବଶ୍ୟକୀୟ ସଂଶୋଧନ କରାଯାଇ ସହକାରୀ ରାଜସ୍ବ ନିରୀକ୍ଷକଙ୍କ ଦସ୍ତଖତ ଓ ମୋହରର ମର୍ଯ୍ୟାଦା ବୃଦ୍ଧି କରିବା,କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କୃଷି ବିଭାଗକୁ ସ୍ଥାନାନ୍ତର କରିବା ,ଓଡ଼ିଆର ରସୁଲ ସଂଶୋଧନ କରିବା ଇତ୍ୟାଦି ।ଆଜି ବାମନଘାଟୀ ଶାଖା ସଂଘର ଉପସଭାପତି ନିହାର କୁମାର ପାତ୍ର, ସାଂଗଠନିକ ସଂପାଦକ ଇଂ ସୁଶିଲ କୁମାର ବେହେରା,ନମିତା ସେଠୀ, ଅନୁରାଧା ପାଲ, ସ୍ମିତା ମହାକୁଡ଼, ରଂଜନ ମହାନ୍ତ, ଗିରିଧାରୀ ପାତ୍ର,ସୁନାରାମ ମାଝୀ, ଗୋବିନ୍ଦ ସି, ରାଜେନ୍ଦ୍ର ଜ୍ୟୋତିଷ,ହାରାମଣି ମୁର୍ମୁ, ପ୍ରଭାସିନୀ ସି, ତୁଷାର କାନ୍ତ ମହାନ୍ତ ପ୍ରମୁଖ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ସେହିଭଳି କୁସୁମି,ବିଜାତଳା,ବିଶୋଇ,ଯାମଦା,ତିରିଂ,ବହଳଦା ତହସିଲରେ ସମସ୍ତ ସୁପରଭାଇଜର,ଆରଆଇ,ଏ ଆର ଆଇ,ଅମିନ ମାନେ କଲମ ଛାଡ କରି ଧାରଣାରେ ବସିଛନ୍ତି ।ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ନେତୃବୃନ୍ଦ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

Leave a Comment

error: Content is protected !!