ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ଇଟାଳୀୟ କବି ଇମାନୁଏଲ ରିଜୋ ପୁନର୍ବାର ଡ଼. ନିଆଲଙ୍କ ଓଡ଼ିଆ କବିତା ‘ ନିଆଁ ‘କୁ ଇଟାଲୀ ଭାଷାରେ ଅନୁଦିତ କରିଛନ୍ତି । ଏହି କବିତାକୁ କବି ବଙ୍କୀମ ମୁଣ୍ଡ ଇଂରାଜୀରେ ଅନୁବାଦିତ କରିଥିଲେ । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ,ବେଳାରୁଷ,ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ,ସ୍ବେଡ଼ିସ,ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ, ପାନୋରାମା ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ୨୦୨୪ ଅବସରରେ ଡ.ଭବାନୀ ଶଙ୍କର ନିଆଲଙ୍କୁ ଏହାର ଆୟୋଜକ କମିଟି ଭାରତର ଅଧ୍ୟକ୍ଷ ଭାବରେ ମନୋନୀତ କରିଛନ୍ତି। ଡ. ନିଆଲଙ୍କ ଜଣେ ଉଚ୍ଚ ଖ୍ୟାତିସମ୍ପନ୍ନ ଓଡିଆ କବି ଭାବରେ ପ୍ରସିଦ୍ଧ। ସେ ଓଡିଆରେ ତିନୋଟି, ହିନ୍ଦୀରେ ଦୁଇଟି ଏବଂ ଇଂରାଜୀରେ ଦୁଇଟି କବିତା ସଂକଳନ ରଚନା କରିଛନ୍ତି। ବହୁଚର୍ଚ୍ଚିତ ଓଡିଆ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ଭାବରେ ସେ ସାହିତ୍ୟ ପ୍ରତିଭା ପ୍ରତିପୋଷଣ ତଥା ଓଡ଼ିଆ ଭାଷା ପ୍ରଚାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଡ.ନିଆଲଙ୍କ କବିତା ହେଉଛି ଏକ ସମୃଦ୍ଧ ଟେପେଷ୍ଟ୍ରି ଯାହା ମାନବ ସ୍ଥିତି ଏବଂ ସମ୍ପର୍କର ଜଟିଳତାକୁ ଅନୁସନ୍ଧାନ କରିଥାଏ | ତାଙ୍କର କବିତାଗୁଡ଼ିକ ପ୍ରେମ, ଲାଳସା, ଏବଂ ଜୀବନର ପ୍ରକୃତ ବାସ୍ତବତା, ରୁଟି, ଖାଦ୍ୟ ଏବଂ ଭୋକ ସମ୍ପର୍କିତ | ଏକ ଚିତ୍ରଲିପି ଅଭିବ୍ୟକ୍ତି ପ୍ରଦର୍ଶନ ସହିତ,ତାଙ୍କର କବିତା ଅସ୍ତିତ୍ବର ବିଭିନ୍ନ ଦିଗର ଅତି ସୂକ୍ଷ୍ମ ପାର୍ଥକ୍ୟକୁ କାବ୍ୟିକ ଦିଗ ଦେଇଥାଏ। ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ଇଟାଲୀ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ମସିହା ନିୟୂଜ୍ 

Related posts

ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

masiha

ଯୋଗ ପ୍ରଶିକ୍ଷଣ ଶିବିରରେ ହୋଲି ପର୍ବ ପାଳିତ 

Sunil Chandra Nayak

ବୋଡେ଼ନ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!