ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

ବାଲେଶ୍ଵର,୨୧/୦୨/୨୪ – ସୋର-କୁପାରି ଆନନ୍ଦପୁର ଏବଂ ଜାମୁଝାଡ଼ି-ଧାମରା ରାସ୍ତାକୁ ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ରାସ୍ତା ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟି ଦାବିପତ୍ର ଦେଲେ ବାଲେଶ୍ଵର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ।ଶ୍ରୀ ଦାସ ତା ୨୧/୦୨/୨୪ ରିଖ ବୁଧବାର ଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଥିବା ସଡ଼କ ପରିବହନ ମନ୍ତ୍ରାଳୟରେ ମାନ୍ୟବର ସଡ଼କ ଓ ପରିବହନ ସଫଳ ବରିଷ୍ଠ ମନ୍ତ୍ରୀଙ୍କୁ ଭେଟି ଏହି ଦାବିପତ୍ର ଦେବା ସହିତ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସଙ୍କ ଦାବି ପତ୍ରକୁ ଗମ୍ଭୀରତା ସହ ବିଚାରକୁ ନେବା ସହିତ ମୋଦି ଗ୍ୟାରେଣ୍ଟିରେ ନିଶ୍ଚିତ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଶ୍ରୀ ଦାସ ଜାତୀୟ ରାଜପଥରେ ଅଣ୍ଡରପାସ ଏବଂ ମାର୍କୋଣା ପୋଲ, ମଇତାପୁର ପୋଲ, ମାର୍କୋଣା କଲେଜ ଛକ ପୋଲ ଏବଂ ଜାମୁଝାଡ଼ି ଝାଟିଆମାଳ ପୋଲ ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ । ମନ୍ତ୍ରୀ ଏନଏଚ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇ ଏହାର କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ଦାସ ସିମୁଳିଆ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ତରଫରୁ ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।ଜାମୁଝାଡ଼ି-ଧାମରା ଏବଂ ସୋର-କୁପାରି, ଆନନ୍ଦପୁର ରାସ୍ତା ଜାତୀୟ ରାଜପଥ ହେଲେ ହଳଦିଆ ପୋର୍ଟ, ଭାଇଯାକ ପୋର୍ଟ ଏବଂ ପାରାଦୀପ ପୋର୍ଟ ଭଳି ସିମୁଳିଆ-ଖଇରା ଅଞ୍ଚଳରେ ଶିଳ୍ପ ଏବଂ ଖୁଦ୍ର ଶିଳ୍ପର ବିକାଶ ହେବା ସହିତ ବିକଶିତ ଖଇରା-ସିମୁଳିଆ-ବିକଶିତ ଓଡିଶା ଏବଂ ବିକଶିତ ଓଡ଼ିଶା – ବିକଶିତ ଭାରତ ମୋଦିଙ୍କ ସ୍ୱପ୍ନ ସାକାର ହେବାର ଏକ ଦୃଢ଼ ପଦକ୍ଷେପ ହେବା ସହ ସିମୁଳିଆ-ଖଇରା ବାସୀ ଲାଭବାନ ହୋଇପାରିବେ । ତା ସହିତ ସିମୁଳିଆ-ଖଇରା ଅଞ୍ଚଳ ଡେଭଲପ ହେବା ସହିତ ନୂତନ ଶିଳ୍ପର ପ୍ରତିଷ୍ଠା ହେବାରେ ସହାୟକ ହେବେ ଯାହା ଦ୍ୱାରା ଅନେକ ଯୁବକ, ଯୁବତୀ ରୋଜଗାରକ୍ଷମ ହୋଇପାରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ଖଇରା ଅଞ୍ଚଳର ଯୁବକ ହୋଇଥିବା ବେଳେ ବେଜେପି ଦଳରେ ତାଙ୍କର ବେଶ ଦବଦବା ରହିଛି ।ତାଙ୍କର ରାଜ୍ୟ ଏବଂ କେନ୍ଦ୍ର ବେଜେପି ନେତା, ମନ୍ତ୍ରୀ ଏବଂ ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଭଲ ସମ୍ପର୍କ ଥିବାବେଳେ ସେ ନିଜ ଜନ୍ମମାଟିର ବିକାଶ ପାଇଁ ବିଭିନ୍ନ ସମୟରେ ରାଜ୍ୟ ଏବଂ କେନ୍ଦ୍ର ନେତୃମଣ୍ଡଳୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନା କରି ଖଇରା-ସିମୁଳିଆ ଅଞ୍ଚଳରେ ବିକାଶ ଧାରାକୁ ଆଗେଇ ନେବାରେ ବେଶ୍ ସହାୟକ ହୋଇଛନ୍ତି। ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ପାଇଁ ସେ ଅଞ୍ଚଳରେ ବେଶ ଚର୍ଚ୍ଚିତ ହେବା ସହ ସମସ୍ତ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓକେଏସ୍ ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ”

Youths in Kantabanji Make Waves with Cow Service

masiha

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!