ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ପଶ୍ଚିମ ମୟୂରଭଞ୍ଜ ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ପଶ୍ଚିମ ମୟୂରଭଞ୍ଜ ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

 ମୟୂରଭଞ୍ଜ – ୨୧/୦୨ ( ମସିହା) ଆଜି ସ୍ଥାନୀୟ କୁଡୁମି ଭବନ ପରିସରରେ ରାଇରଙ୍ଗପୁର ନଗର ସଭାପତି ଅଶୋକ ଅଗ୍ରୱାଲ ଙ୍କ ସଭାପତିତ୍ବରେ ନବ ନିଯୁକ୍ତ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଭୁବନ ବିହାରୀ ସାହୁଙ୍କୁ କଂଗ୍ରେସ ଦଳ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କଂଗ୍ରେସ ବିଧାୟକ ତଥା ପିସିସି ସଦସ୍ୟ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା,ଭଜହରି ମହାନ୍ତ,ଜିଲ୍ଲା ଏସି ସେଲ ସଭାପତି ଭାଗିରଥି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଇରଙ୍ଗପୁର ମ୍ୟୁନିସିପାଲଟି, ରାଇରଙ୍ଗପୁର ,ଵହଳଦା,ଯାମଦା,ତିରିଂ,କୁସୁମି,ଵିଜାତଳା,ବିଶୋଇ, ଯଶିପୁର ତଥା ବିଭିନ୍ନ ଅଂଚଳରୁ ବହୁ କଂଗ୍ରେସ ନେତୃବୃନ୍ଦ,କର୍ମୀ ଯୋଗ ଦେଇଥିଲେ । ଆଗକୁ ସାଧାରଣ ନିର୍ବାଚନ । ତେଣୁ ତୃଣମୂଳ ସ୍ତରରେ ସମସ୍ତେ ଏକଜୁଟ ହୋଇ ସଂଗଠନକୁ ସୁଦୃଢ କରିବା ସହ ରାଜ୍ୟ ନିଷ୍ପତ୍ତିକୁ ମାନି ଶୃଙ୍ଖଳିତ ଅନୁସାରେ କାମ କରି ପାରିଲେ ଦଳ ସଫଳତା ଲାଭ ପାଇବା ବୋଲି କହିଥିଲେ ।ବିଜେଡି ଓ ବିଜେପି ଶାସନରେ ସାଧାରଣ ଜନତା ଅତିଷ୍ଠ । ଦରଦାମ ବେଲଗାମ ।ଯୁବ ଗୋଷ୍ଠୀ ଦାଦନ ମୁହାଁ । କଂଗ୍ରେସ ର ଯୋଜନାକୁ ନାମ ପରିବର୍ତ୍ତନ କରି ବାହା ବାହା ନେଉଛନ୍ତି ବିଜେଡି ବିଜେପି ସରକାର । ତେଣୁ ଚାରିଆଡେ ପରିବର୍ତ୍ତନ ର ସ୍ଵର ଆସୁଛି ବୋଲି ନୂତନ ଜିଲ୍ଲା ସଭାପତି କହିଛନ୍ତି । ତେଣୁ ଅତୀତକୁ ଭୁଲି ରାହୁଲ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଙ୍ଗଠନ ବୃଦ୍ଧି ସହ ଘରକୁ ଘର ଯାଇ କଂଗ୍ରେସ ଅମଳର ଯୋଜନାକୁ କେମିତି ଦୁଇଦଳ ନାମ ପରିବର୍ତ୍ତନ କରିଛନ୍ତି ବୁଝାଇବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଆଗକୁ ସମସ୍ତ ବୁଥ କମିଟି,ବ୍ଳକ, ଜିଲ୍ଲା, ମହିଳା, ଛାତ୍ର,କୃଷକ,ଶ୍ରମିକ କମିଟି ଗଠନ କରି ଦଳକୁ ଶକ୍ତିଶାଳୀ କରିବାକୁ ପଡ଼ିବ ବୋଲି ନେତୃବୃନ୍ଦ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆ,ଗୋଲକ ବିହାରୀ ମହାନ୍ତି, ଵସନ୍ତ ପଟ୍ଟନାୟକ, ରାଇରଙ୍ଗପୁର ନଗର ସଭାନେତ୍ରୀ ରାକ୍ଷୀ ପୂର୍ଣ୍ଣିମା ଡଗରା , ସଂଧ୍ୟାରାଣୀ,କିରଣ ବାଲ୍ମିକୀ,ବାବୁ ମହାନ୍ତି,ହୃଦେଶ୍ଵର ବେହେରା,ତିରିଂ ଵ୍ଳକ ସଭାପତି ସନ୍ତୋଷ ନାଏକ,ବହଳଦା ବ୍ଳକ ସଭାପତି ଗୌର‌ ପରମାଣିକ,ଯାମଦା ବ୍ଳକ ସଭାପତି ମନୋଜ ନାୟକ, ରାଇରଙ୍ଗପୁର ବ୍ଳକ ସଭାପତି ସାମିଲ ମାଝୀ,ବିଶୋଇ ବ୍ଳକ ସଭାପତି ସୁବାସ ପାତ୍ର,ବିଜାତଳା ବ୍ଳକ ସଭାପତି ଵେରେଲ ସିର୍କା,ଏଡିଏମ୍ ଇନ୍ତେ ଖାବ,,ଏଲଡିଏମ ନାରାୟଣ ମହାପାତ୍ର,ନିଳିମା ପ୍ରିୟ‌ଦର୍ଶିନୀ ସୋରେନ, ଯଶିପୁର ବ୍ଳକ ସଭାପତି ଚିତ୍ତ ବେହେରା,ପୁର୍ଣ ବେହେରା, ବିଶ୍ବନାଥ ଦାସ,ରୂପକ ମହାନ୍ତି,ଅନିଲ ସୋରେନ, ରୁକ୍ମିଣୀ ସୋରେନ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

masiha

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରବାସ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!