ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଞ୍ଚାୟତ ଭୁର୍ଷାଗୁଡା ଗ୍ରାମ ର ଗ୍ରାମବାସୀ ମାନେ ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି। ମତଦାନ ହେଉଛି ନାଗରିକ ଙ୍କ ମୌଳିକ ଅଧିକାର, ହେଲେ ଭୁର୍ଷାଗୁଡା ଭୋଟର ମାନେ ନିଜ ଗ୍ରାମ ରେ ମତଦାନ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇ ଆସୁଛନ୍ତି ହେଲେ କୌଣସି ସମାଧାନ ହେଉନାହିଁ, ଫଳରେ ଆଜି ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ନିଜ ଗାଁ ରେ ମତଦାନ କେନ୍ଦ୍ର ଖୋଲିବାକୁ ବ୍ଲକ।ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ ଯେ ଭୁର୍ଷାଗୁଡା ଗ୍ରାମ ରେ ୨ ଟି ୱାର୍ଡ଼ ରେ ୮ ଶହ ପାଖାପାଖି ଭୋଟର ରହିଛନ୍ତି,ପ୍ରତିଥର ନିର୍ବାଚନ ସମୟରେ ଗାଁ ଠାରୁ ୩ କିମି ଦୁର ରେ ଥିବା ଘଣ୍ଟିଗୁଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ର କୁ ଭୋଟ ଦେବାକୁ ଯାଉଛନ୍ତି। ଏଣୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଗାଁ ରେ ଥିବା ବୃଦ୍ଧ ବୃଦ୍ଧା, ବୟସ୍କ,ଭିନ୍ନକ୍ଷମ ନାଗରିକ ମାନେ ମତଦାନ ରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଭୁର୍ଷାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ମତଦାନ କେନ୍ଦ୍ର କରିବା ପାଇଁ ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କୁ ଭେଟି ଭୁର୍ଷାଗୁଡା ଗ୍ରାମ ର ଟଙ୍କଧର ନାଏକ, ଜନାର୍ଦ୍ଦନ ନାଏକ,ମୋହନ ବିଶି, ବିମାନ ମାଝୀ,ପିଣ୍ଟୁ କୋଚିଆ, ଲବ ଧ. ମାଝୀ,ଚୌବନ କୋଚିଆ, ଅର୍ଜୁନ ଧ. ମାଝୀ,ଜୟରାମ ନାଏକ, ଭୋଜରାଜ କୋଚିଆ,ରାଜ ମୋହନ ଧ.ମାଝୀ, ସେନାପତି ନିଆଲ ଓ ଶତାଧିକ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ମିଳିଛି ଆମେ ଜିଲ୍ଲା ପ୍ରଶାସନ କୁ ଜଣାଇବୁ, କେମିତି ମତଦାନ କେନ୍ଦ୍ର ହେବ ସେ ନେଇ ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!