ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ହସ୍ପିଟାଲରେ ମୋତିଆବିନ୍ଦୁ ଚିହ୍ନଟ ଶିବିର

ବେଦାନ୍ତ ହସ୍ପିଟାଲରେ ମୋତିଆବିନ୍ଦୁ ଚିହ୍ନଟ ଶିବିର

ଲାଞ୍ଜିଗଡ,୨୧/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ଆନୁକୂଲ୍ୟରେ ଆଜି ବେଦାନ୍ତ ହସ୍ପିଟାଲ ପକ୍ଷରୁ ଏକ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇଥିବାବେଳେ ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର, ଉପମୁଖ୍ୟ ଦିଲୀପ ପ୍ରଜାପତି, ସିଏସଆର ବିଭାଗର ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ, ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟ ସୌରଭ ସିଂହ, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ ସାହୁ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, କମ୍ୟୁନିଟି ମ୍ୟାନେଜର ଅଶୋକ ଖୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କଳାହାଣ୍ଡି ତଥା ରାୟଗଡା ଜିଲ୍ଲାର ୩୯ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇ ବେଦାନ୍ତ ସହାୟତାରେ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା। ରୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ରୋଗୀଙ୍କୁ ନେଇ ଯାଉଥିବା ବସକୁ ମୁଖ୍ୟ ଅତିଥି ଶ୍ରୀ ମାଝୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବେଦାନ୍ତ ସିଏସଆର ବିଭାଗ ଓ ବେଦାନ୍ତ ହସ୍ପିଟାଲର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

masiha

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧ

Sunil Chandra Nayak

ସହରାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ମୂଳ ଲକ୍ଷ୍ୟ:ନଗରପାଳ             

Sunil Chandra Nayak

Leave a Comment

error: Content is protected !!