ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭୀରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ପ୍ରତ୍ୟାବର୍ତ୍ତନ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା ଓ ଫାଟକରେ ତାଲା

କୁମ୍ଭୀରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ପ୍ରତ୍ୟାବର୍ତ୍ତନ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା ଓ ଫାଟକରେ ତାଲା

 ମୟୂରଭଞ୍ଜ -୨୨/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସୋସ ପଞ୍ଚାୟତର କୁମ୍ଭୀରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ପ୍ରତ୍ୟାବର୍ତ୍ତନ ନେଇ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା ସହ ବିଦ୍ୟାଳୟରେ ତାଲା ପକାଇଲେ । ସୂଚନାଯୋଗ୍ୟ କୁମ୍ଭୀରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ନେଇ ୧୪୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମେତ ୬ ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ କିନ୍ତୁ ପରେ ଏହି ବିଦ୍ୟାଳୟରୁ ୩ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ଯାଇଛନ୍ତି।ଯାହା ଫଳରେ ବର୍ତ୍ତମାନ ପ୍ରଧାନ ଶିକ୍ଷକ ସମେତ ୩ ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷକ ଅଧିକାଂଶ ସମୟରେ ଅଫିସ କାମରେ ବ୍ୟସ୍ତ ରହୁଛନ୍ତି । ତେଣୁ ଦୁଇ ଜଣ ଶିକ୍ଷକଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ ପଢା ଚାଲିଛି । ତେଣୁ ପାଠପଢା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ।ଛୁଆ ମାନେ ଶିକ୍ଷା ଦିନରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ଓ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ।ଶିକ୍ଷା ବିଭାଗକୁ ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ଵିଦ୍ଯାଳୟରେ‌ତାଲା ପକାଇ ଧାରଣାରେ ବସି ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ପୁନଃ ନିଜ ଶିକ୍ଷାନୁଷ୍ଠାନ କୁ ଫେରାଇ ଆଣିବା ପାଇଁ ଧାରଣାରେ ବସିଥିଲେ ।ପରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଶୁଭଶ୍ରୀ ସିଂ ଘଟଣାସ୍ଥଳରେ ପହଞ୍ଚି ଶିଘ୍ର ଆଶୁ ସମାଧାନ ପାଇଁ ବ୍ୟବସ୍ଥା କରିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ବୁଝାସୁଝା କଲାପରେ ସମସ୍ତେ ଆନ୍ଦୋଳନ ରୁ ଓହରିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର … ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

masiha

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

masiha

Leave a Comment

error: Content is protected !!