ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଅନାଥ ଭଉଣୀ ର ଦୁଃଖ ଶୁଣିବ କିଏ ? ଦୁହିଁଙ୍କ ପାଇଁ ଭଗବାନ ହିଁ ଆଶା ଭରସା

ନୂଆପଡ଼ା ଜିଲ୍ଲାରେ କେବେ ଦାଦନ ଶ୍ରମିକ ର ଦୁଃଖ ତ କେବେ ଅନାଥ ଶିଶୁ ର ଦୁଃଖ ପିଛା ଛାଡୁନ ଥିବାବେଳେ ଏଭଳି ଏକ ହୃଦୟ ଫଟା, ହୃଦୟ ବିଦାରକ ଘଟଣା ସାମନା କୁ ଆସିଛି । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଵୋଇରଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାମଗାଁ ର ଜଣାଶୁଣା କଳାକାର ସ୍ବର୍ଗତ ହରିଦାସ ଦୁରିଆ ସେ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ମହାମାରୀ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ହରିଦାସ ଦୁରିଆଙ୍କ ମାଁ ମଧ୍ୟ କରୋନାରେ ଆରପାରିକି ଚାଲିଯାଇଥିଲେ,ରହିଲେ ତାଙ୍କ ବିଧବା ସ୍ତ୍ରୀ ଓ ଦୁଇ ଝିଅ ।ହରି ଦାସଙ୍କ ସ୍ତ୍ରୀ ବହୁ କଷ୍ଟ ରେ କୁଳି ମଜୁରୀ କରି ତାଙ୍କର ଦୁଇ ପିତୃ ହରା ଝିଅକୁ ଦୁଇ ଉଳି ମୁଠେ ଖାଇବାକୁ ଦେଉଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା ,ବିଧାତା ଲିଖନ ତାଙ୍କର ବିଧବା ସ୍ତ୍ରୀ ମଧ୍ୟ ଦୁଇ ଝିଅ ଙ୍କୁ ଛାଡି ଗତ ତାରିଖ ୩୧ ମାର୍ଚ୍ଚ ୨୦୨୨ ରେ ଆର ପାରିକି ଚାଲିଗଲେ ଏବେ ରହିଲେ ଦୁଇ ଅନାଥ ଝିଅ ତାଙ୍କର ଆଉ କେହି ଆକାଶାଖା ନାହାନ୍ତି । ବଡ଼ ଝିଅ ରଞ୍ଜିତା ଦୁରିଆ ଯୁକ୍ତ ତିନି ରେ ପ୍ରଥମ ବର୍ଷ, ସାନ ଝିଅ ରୋଜିସ୍ମିତା ଦୁରିଆ ଷଷ୍ଠ ଶ୍ରେଣି ରେ ପଢୁଥିବାବେଲେ ଦୁଇ ଭଉଣୀ ପାଇଁ ଭଗବାନ ହିଁ ସାହା ,ଭଗବାନ ହିଁ ଆଶାଭରସା । କେମିତି ରହିବେ କେମିତି ଚଳିବେ ଏବେ ଚିନ୍ତାରେ ଦୁଇ ଅନାଥା ଭଉଣୀ । ବର୍ତ୍ତମାନ ଉକ୍ତ ଦୁଇ ଅନାଥା ଝିଅଙ୍କ ଭାଗ୍ୟ ଭଗବାନ ଓ ଜିଲ୍ଲା ପ୍ରଶାସନ ଙ୍କ ହାତରେ ନିର୍ଭର କରୁଛି,। ଏହି ଦୁଖଃଦ ଖବର ଶୁଣିଲା ପରେ ବୋଡେ଼ନ ବ୍ଲକ ସାମ୍ବାଦିକ ସଙ୍ଘଠନ ର ସଭାପତି ବିସିକେଶନ ପଣ୍ଡା, ସମ୍ପାଦକ ଭାଗ୍ୟବାନ ମାଝୀ, ଗଣେଶ ଚନ୍ଦ୍ର ବାଗ,ମନୋଜ ଖମାରି, ଭୁବନେଶ୍ୱର ପାଣ୍ଡେ, ପ୍ରମୁଖ ସ୍ବର୍ଗତ ହରିଦାଶ ଙ୍କ ଦୁଇ ଅନାଥ ଝିଅ ଙ୍କୁ ସାନ୍ତ୍ବନା ଦେବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନୂଆପଡ଼ା ଶ୍ରୀ ନିବାସ ବେହେରା ଙ୍କୁ ଜୋଗାଯୋଗ କରିଥିଲେ ।ଶ୍ରୀ ବେହେରା ଖୁବ ଶୀଘ୍ର ଦୁଇ ଅନାଥ ଝିଅର ଥଇଥାନ ଓ ସରକାରଙ୍କର ବିଭିନ୍ନ ଯୋଜନାର ଲାଭ କିଭଳି ପାଇପାରିବେ ସେଥିପ୍ରତି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀନିବାସ ପଣ୍ଡା ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କହିଦେବା କଥା

Sunil Chandra Nayak

ମନରେଗା ଯୋଜନାରେ ମେସିନ୍ ଦ୍ବାରା ପୋଖରୀ କାର୍ଯ୍ୟ ଚାଲିଛି 

Sunil Chandra Nayak

Leave a Comment

error: Content is protected !!