ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ , ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ 

ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ମୂଖିଗୁଡା ଠାରେ ମା ଠାକୁରାଣୀ କ୍ରୀକେଟ କ୍ଲବ ଆନୂକୁଲ୍ୟ ରେ ଚାଲିଥିବା ଅକ୍ଷୟ ପୁଝାରୀ ମେମୋରିଆଲ କ୍ରୀକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଦୀର୍ଘ୮ଦିନ ଧରି ଚାଲିଥିବା ଏହି କ୍ରୀକେଟ ଟୁର୍ଣାମେଣ୍ଟ ରେ ବିଭିନ୍ନ ଜିଲ୍ଲା ରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ଖେଳ କଳାହାଣ୍ଡି ଜିଲ୍ଲା ଚିଚିଆ ବନାମ ନୂଆପଡା ଜିଲ୍ଲା ଧିଙ୍ଗିଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚିଚିଆ ଦଳ ପ୍ରଥମେ ବ୍ୟାଟିଂ ନେଇ ନିର୍ଧାରିତ୧୨ଓଭର ରେ ୧୦୦ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସ ରେ ଧିଙ୍ଗିଆମୁଣ୍ଡା ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟ ରେ ବିଜୟୀ ହୋଇଥିଲେ । ଫାଇନାଲ ଖେଳରେ ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ସମାଜସେବୀ ଅଶୋକ ପଟ୍ଟଯୋଷୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି ଭାବରେ ଧର୍ମଗଡ ବିଡିଓ ସୀମାଞ୍ଚଳ ମାଝୀ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ସରପଞ୍ଚ ଆଶୁତୋଷ ପଟ୍ଟଯୋଷୀ, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମିତି ସଭ୍ୟ ଉପସ୍ଥିତ ରହି ରନର୍ସ ଅଫ୍ ଏବଂ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।ଜନ୍ମେଜୟ ପୁଝାରୀ, ସନ୍ତୋଷ ନାୟକ,ପିଣ୍ଟୁ ଚଣ୍ଡୀ, ଅଜୟ ପୁଝାରୀ, ଟୁକୁ ଚଣ୍ଡୀ, ଦେବେନ୍ଦ୍ର ବାଗ,ଖେଳ ପରିଚାଳନା କରିଥିଲେ ।ଅନୁଷ୍ଠାନ ପକ୍ଷରୁ ସଂପାଦକ ହେମନ୍ତ ଚଣ୍ଡୀ, ପ୍ରବୀଣ ପୁଝାରୀ, ସହ ସଂପାଦକ ନଇମିସ ବେହେରା ପ୍ରମୂଖ ଉପସ୍ଥିତ ଥିବାବେଳେ ପୂର୍ବତନ ସରପଞ୍ଚ ମଙ୍ଗନିଆ ଦୂର୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ 

Sunil Chandra Nayak

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ ଟି ଟୁଏଣ୍ଟି କ୍ରିକେଟ୍ ଟୁନାମେଣ୍ଟ ଉଦ୍ଘାଟିତ 

masiha

Leave a Comment

error: Content is protected !!