ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା,: ଏହି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଚି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଞ୍ଚାଇ ରଖିଥିବା ଗୁରୁ ଫକିର ଚରଣ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ଗୁରୁ ଭାସ୍କର ଚନ୍ଦ୍ର ବେହେରା, ଲୋକକଳା କଣ୍ଠଶିଳ୍ପୀ ସ୍ୱାଧିନିବାଳା ନାୟକ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଦିପକ କୁମାର ନନ୍ଦି ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଲୋକକଳାର ପ୍ରଚାର ପ୍ରସାର ସହିତ କିପରି ଲୋକକଳା ବଞ୍ଚିପାରିବ ଓ ନୂତନ ଲୋକ କଳାକାର ସୃଷ୍ଟି ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭିନ୍ନ ଲୋକସଙ୍ଗୀତ, ଲୋକ ନୃତ୍ୟ , ଲୋକବାଦ୍ୟ, ପାଲା, ଘୋଡ଼ାନାଚ ଓ ମୁଖ୍ୟ ଆକର୍ଷଣ ସୂତାକଣ୍ଡେଇ ନାଚ ପରିବେଷଣ କରାଯାଇଥିଲା । ବିଭିନ୍ନ ଲୋକ କାଳକାରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ କଳାକାର ଓ ସମାଜସେବୀ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

masiha

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

Leave a Comment

error: Content is protected !!