ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା,: ଏହି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଚି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଞ୍ଚାଇ ରଖିଥିବା ଗୁରୁ ଫକିର ଚରଣ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ଗୁରୁ ଭାସ୍କର ଚନ୍ଦ୍ର ବେହେରା, ଲୋକକଳା କଣ୍ଠଶିଳ୍ପୀ ସ୍ୱାଧିନିବାଳା ନାୟକ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଦିପକ କୁମାର ନନ୍ଦି ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଲୋକକଳାର ପ୍ରଚାର ପ୍ରସାର ସହିତ କିପରି ଲୋକକଳା ବଞ୍ଚିପାରିବ ଓ ନୂତନ ଲୋକ କଳାକାର ସୃଷ୍ଟି ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭିନ୍ନ ଲୋକସଙ୍ଗୀତ, ଲୋକ ନୃତ୍ୟ , ଲୋକବାଦ୍ୟ, ପାଲା, ଘୋଡ଼ାନାଚ ଓ ମୁଖ୍ୟ ଆକର୍ଷଣ ସୂତାକଣ୍ଡେଇ ନାଚ ପରିବେଷଣ କରାଯାଇଥିଲା । ବିଭିନ୍ନ ଲୋକ କାଳକାରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ କଳାକାର ଓ ସମାଜସେବୀ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ 

masiha

ରାଜପୁର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ପୁଣି ଠୁମକା ମାରିଲେ ଜୁନାଗଡ଼ ବିଧାୟକ

masiha

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

Leave a Comment

error: Content is protected !!