ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

 ବସ୍ତା,02/03 :ଶନିବାର ଅପରାହ୍ନରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ସିଂଲା ସ୍ଥିତ ମିଶ୍ର ବାସଭବନରେ ବିଜେଡିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି, ବରିଷ୍ଠ ବିଜେଡ଼ି ନେତା ଅଦୈତ୍ଯ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସିଂଲା ପଞ୍ଚାୟତର ବିଜେପି ସଭାପତି ଜୟନ୍ତ ମିଶ୍ରଙ୍କ ସମେତ ବିଜେପି ଏବଂ କଂଗ୍ରେସ ଦଳର ୨୦୦ ଶହରୁ ଅଧିକ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳେଶ୍ବର ବିଧାୟକ ତଥା ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡଃ ଲେଲିନ ମହାନ୍ତି ଯୋଗଦେଇ ଦଳରେ ମିଶିଥିବା ନୂତନ ସଦସ୍ୟ ମାନଙ୍କୁ ବିଜେଡି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଜଳେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ବସ୍ତା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲିପ ଦାସ ମହାପାତ୍ର,୧୭ ନଂ ଜୋନର ଜିଲ୍ଲା ପରିଷଦ ସୁଜାତା ରାଣୀ ଦଣ୍ଡପାର୍ଟ,୧୬ ନଂ ଜୋନର ଜିଲ୍ଲା ପରିଷଦ ପ୍ରତିନିଧି ଅବଦୁଲ ଗୋନି,ଯୋଗେନ୍ଦ୍ର ରାଜ, ସଂଚିତା ସେନାପତି,ଅନାଦି ଦାସ, ଦେବଜାନୀ ମହାନ୍ତି, ବିଶ୍ବଜିତ ପାଳ,ଗିରିଜା ଶଙ୍କର ମହାନ୍ତି, ସୁଧାଂଶୁ ବିଶ୍ବାଳ,ସୃଷ୍ଟିଧର ପାତ୍ର, ନାରାୟଣ ଜେନା, ତାରାକାନ୍ତ କର ପ୍ରମୁଖ ଉପସ୍ଥିତ ହୋଇ ଆଗାମୀ ବିଧାନସଭା ନିର୍ବାଚନ କୁ ଆଖିଆଗରେ ରଖି ଷଷ୍ଠଥର ପାଇଁ ପୁଣି ନବୀନ ପଟ୍ଟନାୟକଙ୍କୁ ସରକାର ରୂପେ ଆଣିବା ନିମନ୍ତେ ସମସ୍ତଙ୍କ ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବାପାଇଁ ପରାମର୍ଶ ଦେଇଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ପଞ୍ଚାୟତ ସ୍ତରୀୟ ବିଜେଡ଼ି ଯୁବ ଛାତ୍ର ସଭାପତି ମାନଙ୍କ ପ୍ରଥମ ବୈଠକ

Sunil Chandra Nayak

Leave a Comment

error: Content is protected !!