ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

ଗୋଲାମୁଣ୍ଡା, ତା ୫.୩.୨୦୨୪ , ଗୋଲାମୁଣ୍ଡା ବ୍ଲକ ଆମଗୁଡ଼ା ଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ କଳିଙ୍ଗର ବରପୁତ୍ର, ଉତ୍ତୁଙ୍ଗ ଜନନାୟକ, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ବାର୍ଷିକୀ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ପରିସର ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଧର୍ମଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବୀର ସିପକାଙ୍କ ସୁପୁତ୍ର ତଥା ବିଜୟାନନ୍ଦ ପବ୍ଲିକ୍ ସ୍କୁଲ୍ , ଗୋଲାମୁଣ୍ଡାର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ନାୟକ , କୋକିଲା ନାୟକ , ଗଙ୍ଗାଧର ଗହିର ,ସୁଦର୍ଶନ ଜାଲ୍ , ରାଜ ତାଣ୍ଡି, ଭୁଜବାଲ ଗହିର, ଜିତୁ ନାୟକ, ହିମାଂଶୁ ହଂସ, ତ୍ରିଲୋଚନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାମିଲ୍ ଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

masiha

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

masiha

ମା ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!