ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

ଡାବୁଗାଁ, ୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧୀନ ୮ ଟି କ୍ଲଷ୍ଟର ରୁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୨୯୭ ଜଣ ଛାତ୍ରୀ ଛାତ୍ର ନେଇ ଏକ ଶୈକ୍ଷିକ ପରିଭ୍ରମଣ କରିଥିଲେ | ଏଥିରେ ସମସ୍ତ ଛାତ୍ରୀ ଛାତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ଠାରୁ ୬ ଟି ବସ ଯୋଗେ ବାହାରି ପ୍ରଥମେ ପାପଡାହାଣ୍ଡି ସ୍ଥିତ ସହିଦ ମିନାର, ନବରଙ୍ଗପୁର ସ୍ଥିତ ଉଦ୍ଭିଦ ଉଦ୍ୟାନ ଚରକ ବନ, ଶ୍ରୀବନ, ସରକାରୀ ବହୁ ବୃତ୍ତି ମୂଳକ ଶିକ୍ଷାନୁଷ୍ଠାନ ଓ ପାପଡାହାଣ୍ଡି ପ୍ରାଣୀ ଉଦ୍ୟାନ ମୃଗ ଉଦ୍ୟାନ ବୁଲି ଦେଖିଥିଲେ | ଏଥିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ଲକ୍ଷ୍ୟ ହେଉଛି ବିଜ୍ଞାନ, ଗଣିତ ଓ ପ୍ରଯୁକ୍ତି ବିଦ୍ୟା ଉପରେ ପ୍ରାଥମିକ ସ୍ତରରୁ ପିଲାମାନଙ୍କୁ ଉତ୍ସାହିତ କରିବା ମୁଖ୍ୟ ଉଦ୍ଦେଶ୍ୟ | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ଵାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ହେମନ୍ତ କୁମାର ପଣ୍ଡା, ହେମେନ୍ଦ୍ର ବେହେରା, ଧନଞ୍ଜୟ ବଡଜେନା ଓ ଗୀତାଞ୍ଜଳି ବସ୍ତିଆ ଙ୍କ ସମେତ ୪୦ ଜଣ ସହାୟକ ଶିକ୍ଷକ ଓ ୨୯୭ ଜଣ ଛାତ୍ରୀ ଛାତ୍ର ପରିଭ୍ରମରେ ଯାଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ନବବର୍ଷ ପାଳନ ପାଇଁ ପ୍ରସୂତି ବୈଠକ

Sunil Chandra Nayak

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!