ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ବାଣ୍ଟିଲେ ବିଏସକେୱାଇ ନବୀନ କାର୍ଡ 

ବିଧାୟକ ବାଣ୍ଟିଲେ ବିଏସକେୱାଇ ନବୀନ କାର୍ଡ 

ବାଲେଶ୍ଵର,୦୭/୩/୨୪- ଗତକାଲି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବିଏସକେୱାଇ ନବୀନ କାର୍ଡ଼ ବିତରଣ କରିଛନ୍ତି । ଯୋଗ୍ୟ ଯୋଗ୍ୟ ହିତାଧିକାୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ପ୍ରକାଶ ଥାଉକି ଖଇରା ବ୍ଲକକୁ ନୂତନ ଭାବେ ମୋଟ ୪୦୧୧ଟି କାର୍ଡ ମଞ୍ଜୁର ହୋଇ ଆସିଥିଲା ବେଳେ ସାରୁକୋଣ, ମହତୀପୁର ପଞ୍ଚାୟତର ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି । ଅନ୍ୟ ଯୋଗ୍ୟ ହିତାଧିକାୀ ସେମାନଙ୍କୁ ପଞ୍ଚାୟତ ସ୍ତରୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ଦ୍ଵାରା ସେମାନଙ୍କ ପାଖରେ ପହଞ୍ଚାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ବାକାଂକ୍ଷୀ ଲକ୍ଷ୍ୟ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଯାହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ଏହି ସୁବିଧାରୁ ବଞ୍ଚିତ ରହିଯାଇଥିବା ଲୋକ ମାନଙ୍କୁ ଏକ ସ୍ବାସ୍ଥ୍ୟ ସୁରକ୍ଷା ବଳୟ ଭିତରେ ରଖିବା ପାଇଁ ବିଏସକେୱାଇ ନବୀନ କାର୍ଡ଼ରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଇରା ବିଡ଼ିଓ ଅନନ୍ତ କୁମାର ହାଁସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଉତ୍ତମ କୁମାର ସାହୁ, ୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ଖଇରା ସମିତି ସଭ୍ୟା ନର୍ମଦା ଦେ, ସିପିଓ ଶଶିକାନ୍ତ ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

masiha

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

Leave a Comment

error: Content is protected !!