ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚନୀ ପ୍ରତିଶୃତି ରକ୍ଷା କଲେ ନବ ନିର୍ବାଚିତ ସରପଞ୍ଚ ଡମ୍ବରୁଧର

ପାନିୟ ଜଳ ସମସ୍ୟା ସମାଧାନ ପାଇଁ ନିର୍ମାଣ କଲେ ଦୁଇ ଦିନ ରେ ୧୨ଟି ଚହଳ।

ଉତ୍କେଲା,୦୫/୦୪,ନିପ୍ର,କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଗତ ୨୦୦୨ ମସିହାରୁ ଗୋକୁଲେଶ୍ବର ପଞ୍ଚାୟତ ଠାରୁ ଅଲଗା ହୋଇ ମହଗାଁ, ମାଟିଆ,ଜାମଜୋର,ଦେଓଗାଁ କୁ ନେଇ ନୁତନ ପଞ୍ଚାୟତ ଗଠିତ ହୋଇଥିଲା। ଦିର୍ଘ କୋଡିଏ ବର୍ଷ ପରେ ଏହି ପଞ୍ଚାୟତରେ ପାନିୟ ଜଳ ର ଉତ୍କଟ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଲୋକଙ୍କ ସହ ପଶୁପକ୍ଷୀ ପାଣି ପାଇଁ ହାହାକାର ହେଉଥିଲେ। ନବ ନିର୍ବାଚିତ ସରପଞ୍ଚ ଦେଓଗାଁ ପଞ୍ଚାୟତ ର ଶ୍ରୀ ଡମ୍ବରୁଧର ପଟ୍ଟନାୟକ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ଜିତିବା ପରେ ରବିବାର ଓ ସୋମବାର ଦୁଇ ଦିନ ଭିତରେ ଚାରୋଟି ଗାଁ ରେ ୧୨ ଟି ଚହଲା ନିର୍ମାଣ କରି ନୁଆଁ ଉଦାହରଣ ସୃଷ୍ଟି କରିଛନ୍ତି ସରପଞ୍ଚ। ତାଙ୍କରି ଏପରି କାର୍ଯ୍ୟକୁ ଭୁୟସି ପ୍ରଶଂସା କରିଛନ୍ତି ଗ୍ରାମବାସୀ। ଶ୍ରୀ ପଟ୍ଟନାୟକ ତାଙ୍କରି ପ୍ରତିକ୍ରିୟା ରେ ପ୍ରକାଶ କରି ଯେ ଆଗକୁ ପଞ୍ଚାୟତ ର ଅନେକ ଗୁଡିଏ କାମ ବାକି ରହିଛି ସେହି କାମ ମାନ କରି ଦେଓଗାଁ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ରୁପେ ଗଢିବା ଓ ଲୋକଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ଗ୍ରାମବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

         ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

ରଞ୍ଜିତ କୁ ସାହୁ ଙ୍କ କବିତା ନିର୍ବାସିତ ମେଘ

Sunil Chandra Nayak

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

Leave a Comment

error: Content is protected !!