ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶିବରାତ୍ରି ଜାଗର ମହାସମାରୋହରେ ପାଳିତ

ମହାଶିବରାତ୍ରି ଜାଗର ମହାସମାରୋହରେ ପାଳିତ

ଚିଲିଗୁଡ଼ା //  ଆଜି ଜୁନାଗଡ଼ ବ୍ଲକର ବିଭିନ୍ନ ଶୈବ ପୀଠରେ ମହାଶିବରାତ୍ରି ଜାଗର ମହା ସମାରୋହରେ ପାଳିତ ହୋଇ ଯାଇଛି ।ବିଶେଷ କରି ଜୁନାଗଡ଼ ବ୍ଲକର ରାଜପୁର ଗ୍ରାମ ପଂଚାୟତର ସାପ ଗଣ୍ଡା ଶୈବ ପୀଠରେ ଶିବ ରାତ୍ରି ଜାଗର ମହାସମାରୋହରେ ପାଳିତ ହୋଇଛି ।ଏଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଜନ ଗହଳି ଦେଖିବାକୁ ମିଳିଥିଲା ।ଏହି ଶୈବ ପୀଠରେ ରାଜପୁର ଯୁବ ସଂଗଠନ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ଏଥିରେ ଅନୁଷ୍ଠାନର ସମରେନ୍ଦ୍ର ପୁରୋହିତ ,ମଣ୍ଡୁ ପ୍ରଧାନୀ ,ଗୌରବ ସାହୁ ,ତ୍ରିଲୋଚନ ଗୁରୁ ,ବନ ବାସ ମାଝି ,ବିଭୀଷଣ ବିଶ୍ୱାଳ , ବ୍ୟମକେଶ ପୁରୋହିତ ପ୍ରମୁଖ ସାମିଲ ହୋଇ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ବିଶେଷ କରି କାର୍ଲି ,କୁଟେନ ଗାଁ ,ଦାସି ଗାଁ ,କରଚଳା ,ଚିକିଲି ,ମୁଣ୍ଡରା ଗୁଡା ,ଚାରବାହାଲ ଏବଂ ପୁରୁଣା ସର ,ଖସିଗୁଡା ଶୈବ ପୀଠ ମାନଙ୍କରେ ଶିବ ରାତ୍ରି ପାଳନ କରାଯାଇଛି ।କିଛି ଶିବ ମନ୍ଦିରରେ ନାମ ସଂକୀର୍ତ୍ତନ ର ଆୟୋଜନ କରାଯାଇଥିଲା ।ଯାହାକି ଶୈବ ପୀଠ ମାନଙ୍କରେ ଭିଡ଼ ଲାଗି ରହିଥିଲା ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

Sunil Chandra Nayak

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!