ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

ନବରଙ୍ଗପୁର:(୮|୩) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲ ଅଞ୍ଚଳଗୁମ୍ମା ଆର୍ ଆଇ ସର୍କଲ ଭରମାଝୀଗୁଡ଼ା ଗ୍ରାମରେ ସରକାରୀ ଜାଗାରେ ଆବାସ ଘର ନିର୍ମାଣ କୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଥିଲା। ସରକାରଙ୍କ ପକ୍ଷରୁ ଭୂମିହୀନ ଓ ବାସହୀନ ପରିବାର ଘର ଢିଅରେ ପକ୍କାଘର ଯୋଗାଇ ଦିଆଯାଉଛି। ତେବେ ଆଇନ୍ କୁ ଫାଙ୍କରେ ବହୁ ପ୍ରଭାବଶାଳୀ ଲୋକ ହିତାଧିକାରୀ ସାଜି ଅସଲି ସରକାରୀ ଜାଗା ହାତାଉ ଥିବା ଆଜି କାଲି ନୂଆ କଥା ନୁହେଁ।ସରକାରୀ ଲୋକାଭିମୁଖି ଯୋଜନାର ବିକଳ ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି ତେନ୍ତୁଳିଖୁଣ୍ଟି ତହସିଲରେ। ଯେଉଁଠି ଜଣେ ଥିଲାବାଲା ପରିବାର ଜୋରଜବରଦସ୍ତ ଗାଁରେ ରହିଥିବା ଅନାବାଦୀ ଜମି ଉପରେ ନିଜର ହୁକୁମରେ ସରକାରୀ ଜାଗାରେ ସରକାରୀ ଆବାସ ଗୃହ ନିର୍ମାଣ ୧ ବର୍ଷ ପୂର୍ବେ ଆରମ୍ଭ କରିଥିଲେ।ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ତତ୍କାଳୀନ ତହସିଲଦାର ପ୍ରଦୀପ କୁମାର କରଙ୍କ କୁମ୍ଭ କର୍ଣ୍ଣ ନିଦ ଭାଙ୍ଗିଥିଲା।ସେ ଓ ଅଞ୍ଚଳଗୁମ୍ମା ରାଜସ୍ୱ ନିରୀକ୍ଷକ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ,ପାପଡ଼ାହାଣ୍ଡି ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ଉପସ୍ଥିତରେ ସରକାରୀ ଜମି ଜବରଦଖଲ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଏକ ନାମ ଫଳକ ଉକ୍ତ ସ୍ଥାନରେ ଲଗାଇଥିଲେ ଓ ବ୍ୟକ୍ତି ଙ୍କୁ ଚେତାଇ ଦେଇଥିଲେ। ତହସିଲଦାର, ଥାନା ଅଧିକାରୀ, ପାପାଡାହାଣ୍ଡି ଉପଖଣ୍ଡ ଅଧିକାରୀଙ୍କ ବଦଳି ପରେ ପୁଣି ସେ ଜାଗାରେ ଉକ୍ତ ବ୍ୟକ୍ତି ଜଣକ ଗୃହ ନିର୍ମାଣ କାର୍ଯ୍ୟ ଜାରି କରିଥିଲେ।ଏ ନେଇ କିଛି ଦିନ ହେଲା ଗ୍ରାମର ଯୁବକ ସଂଘ ଗୃହ ନିର୍ମାଣ କରିବାକୁ ବାରଣ କହିବାରୁ ସେ ମାନି ନ ଥିଲେ।ଯାହା ଫଳରେ ଯୁବକ ସଂଘ ଛେଇକିଁ ଉଠି ପୁଣି ରାଜସ୍ୱ ନିରୀକ୍ଷକ ମାନସୀ ବିଶ୍ୱାସ ରାଏ ଙ୍କୁ ଅଭିଯୋଗ କରିଥିଲେ। ସେ ନୂତନ ଭାବେ ଯୋଗଦେଇଥିବାରୁ ଅନୁଧ୍ୟାନ କରି ତହସିଲଦାର ଙ୍କୁ ଅବଗତ କରିବେ ବୋଲି କହିଥଲେ। ତହସିଲଦାରଙ୍କ ବଦଳି ଯୋଗୁଁ ତହସିଲଦାର ନ ଥିବା ହେତୁ ସେ ରାଜସ୍ବ ପରିଦର୍ଶକ ଏହାର ସମାଧାନ କରିବାକୁ ନିବେଦନ କରିଥିଲେ। ସେ ଓ ରାଜସ୍ୱ ପରିଦର୍ଶକ ଆସି ପୁନର୍ବାର ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଗ୍ରାମର ଯୁବକ ସଂଘ ପକ୍ଷରୁ ରାଜସ୍ୱ ନିରୀକ୍ଷକ ମିସ୍ ବିଶ୍ୱାସ ରାଏ ଓ ରାଜସ୍ୱ ପରିଦର୍ଶକ ଙ୍କୁ ସାଧୁ ବାଦ ଜଣାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଅକ୍ଷୟ ତୃତୀୟାରେ ଧରଣୀମାତାଙ୍କୁ ପୋଢ ବଳି

Sunil Chandra Nayak

ଜାତୀୟ ଖାଉଟି ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!