ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଜୁନାଗଡ଼,୫/୪(ନି.ପ୍ର) ଜୁନାଗଡ ଠାରେ ଆଜି ଜୁନାଗଡ ସାମ୍ବାଦିକ ସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି l ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ର ଆଭିମୁଖ୍ୟ ଏବ୍ଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଏଥିରେ ସଂଘ କୁ ସୁଦୃଢ଼ କରିବା ସହିତ ସ୍ତାନୀୟ ସମସ୍ୟା ଏବ୍ଂ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ କଲମ ମୁନ ରେ ଅଗ୍ରାଧିକାର ଦେବା ପାଇଁ ପ୍ରତେକ କର୍ମକର୍ତ୍ତା ଙ୍କୁ ଆହ୍ଵାନ କରାଯାଇଥିଲା l ଏଥିରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବ ସମ୍ମତି କ୍ରମେ ହିମାଂଶୁ ବରାଡ଼ ଙ୍କୁ ସଭାପତି ଓ ସମ୍ପାଦକ ଭାବେ ନରେନ୍ଦ୍ର କ୍ଷିତି ଙ୍କୁ ଚୟନ କରାଯାଇଛିl ସେହି ପରି ଉପସଭାପତି ଆଦିତ୍ୟ ମହlନ୍ତି, ଉତ୍ତମ୍ ଦାସ, ସହ ସମ୍ପାଦକ ସୁନ୍ଦର୍ ମୋହନ ଛତ୍ରିଆ ଓ କୋଷାଧକ୍ଷ ବିଭୁ ପ୍ରସାଦ ପାଢି ରହିଛନ୍ତି l ଉପଦେଷ୍ଟା ଭlବେ ଦୁଷ୍ମନ୍ତ ପଣ୍ଡା, ସନ୍ତୋଷ ସିଂହଦେଓ, ଖଗେସ୍ଵର ଧାଙ୍ଗଡାମାଝି, ମୁକେଶ୍ ଅଗ୍ରୱାଲ ପ୍ରମୂଖ ରହିଛନ୍ତି l କାର୍ଯ୍ୟକାରି ସଦସ୍ୟ ଭାବେ ରବି ଶଙ୍କର ସୁନାନୀ, ପ୍ରଭାକର ସେଠି,ପ୍ରବିଣ ପଟ୍ଟନାୟକ, କୁମର ମଣି ଦୂର୍ଗା, ରାକେଶ ବେମାଲ, ବ୍ୟୋମକେଶ ପୁରୋହିତ, ରଜନୀ ମିଶ୍ର ପ୍ରମୂଖ ରହିଛନ୍ତି l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ମୋଟା ଅଙ୍କର ଲୋଭ ଦେଖାଇ ଆଠ ଜଣ ଯୁବତୀଙ୍କୁ ଅପହରଣ ଅଭିଯୋଗ 

Sunil Chandra Nayak

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

Leave a Comment

error: Content is protected !!