ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ଜଳ

ଜଳ

 

ଶରତ ଚନ୍ଦ୍ର ପଣ୍ଡା, ଯାଜପୁର l

 

ପଚସ୍ତରୀ ଭାଗ ଭୂମି ପଚିଶଯେ ଜଳ ଜମି

କୂଳ ଲଙ୍ଘି ନାହିଁ ଜଳ ଧର୍ମ ବଳରୁ,,

କୂଳ ଲଙ୍ଘିଲେ ସମୁଦ୍ର ଭୂଭାଗ କିବା ତିଷ୍ଠିବ

ଜଳ କବଳେ ଏ ମହୀ ଅନାଦି କାଳୁ

ମରକାଣ୍ଡ ଜଳ ପ୍ରଳୟେ,

ଭାସୁଥିଲେ ବଟପୁଟେ ଅଙ୍ଗୁଷ୍ଠ ପ୍ରାଏ l

 

ଜଳ ଦେଲେ ବୃକ୍ଷ ମୂଳେ ଭଲ ଫୁଲ ଫଳ ମିଳେ ମଧୁର ଜଳ ଅଭାବ ଏବେ ହୋଲିଲା,

ପାଞ୍ଚଶହ କୋଟି ଜୀବନ ସର୍ବେ ଖାନ୍ତି ସ୍ଵଛ ଜଳ ତଥାପି ପାଷାଣ୍ଡ ପଣ ଛାଡ଼ ନୋହିଲା,

ଜଳ ପାଇଁ ଯେତେ ନାଟକ,

ଜଳ ଜୀବନର ବୃଦ୍ଧି ପତାକା ଟେକ l

 

ଜଳ ମୟ ଏ ବ୍ରହ୍ମାଣ୍ଡ ବାରଣl ଶରୀରେ ଭେଦ ରକ୍ତ କଣିକା ଖେଳୁଛି ଜାଲରେ ଜାଣ,

ଅଣ୍ଡମୟ ଇନ୍ଦ୍ର ଦେଖ ଜଳରେ ଲୁଚାଇ ମୁଖ

ସପ୍ତ ତୀର୍ଥ ଜଳ ନେଇ କଲେ ଭିଆଣ,

ଦେବ ଗୁରୁ ସେ ବୃହସ୍ପତି,

ମୋକ୍ଷ ହୁଏ ଜଳ ପାଇ ପୃଥିବୀ ଶକ୍ତି l

 

ଅଷ୍ଟ ମାସ ରୌଦ୍ର ଗ୍ରାସ ରସ ହୀନ ମହୀ ବାସ ତୋଷ ଚିତ୍ତେ ଜଳ ଛାଡେ ଇନ୍ଦ୍ର ମରତେ,,

ହରିତ କୃଷି ଗୌରକ୍ଷ ମାଣ୍ଡୁକେ ସମକି ଯକ୍ଷ୍ୟ ଅଳପ ନଦୀ ପୂରନ୍ତି ପଣ୍ଡିତ ମତ,

ନିଶାମୁଖେ ଯେତେ ଖଦ୍ୟୋତ,

ଜଳ ବିନା ସ୍ଥିତି ନାହିଁ ଜୀବଜଗତ l

 

ଜଳ ଗହଳେ ବିନାଶ ଜଳ ବିନା ବି ବିନାଶ ଏ ଧରା ହୁଅଇ ବନ୍ଧୁ ହେଜୁଥା ମନେ,

ଜଳ ବଳ ଧରl ବକ୍ଷେ ଜଳ ମୁଳ ତତ୍ତ୍ୱ ଲକ୍ଷେ ଜଳବିନା ଅସମ୍ଭବ ଜନ ଜୀବନ,,

ଜଳ ପ୍ରଭୁରୂପରେ ସ୍ଥିତ,

ଜଳ ସରଂକ୍ଷଣ ପାଇଁ ହେଉ ଉଦ୍ୟତ ll

 

ଜଳରୁ ସୃଷ୍ଟି ଜଗତ ଭାସମାନ ପୃଥ୍ଵୀମାତ

ଜଳ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହତ,

ଜଳରେ ପିଣ୍ଡ ବ୍ରହ୍ମାଣ୍ଡ ନବଲକ୍ଷ୍ୟ ଜୀବରୁଣ୍ଡ

ଜଳ କୁ ରଖିବା ଆମେ ସମ୍ମାନ ଦଣ୍ଡ

ଜଳକି ନୁହଇଁ ଆମ୍ଭର

କୋଟି ବିଶ୍ୱର ଜୀବନ ଗଳାର ହାର ll

Related posts

ବିଧାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ଆମ ଜଙ୍ଗଲ ଯୋଜନା ରେ ଦୁର୍ନୀତି ଓ ଶ୍ରମିକଙ୍କ ଅର୍ଥ ହଡପ ମାମଲା, ନିଲମ୍ବିତ ହେଲେ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!