ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

  ଫୁଲବାଣୀ -:    ଉତ୍କଳୀୟ ପ୍ରର୍ବ ମଧ୍ୟରେ ରହିଛି ଚୈତ୍ର ମାସର ଐତିହାସିକ ଅତି ପୁରାତନ ଦଣ୍ଡ ନାଚ ପର୍ବ । ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ଦଣ୍ଡ ଥଳ ମାନସିକ ଧାରୀ ଦଣ୍ଡ ପାଟୁଆ ମାନଙ୍କ ଦ୍ୱାରା ଦଣ୍ଡନାଚ ହୋଇଥାଏ। ଏହି ଦଣ୍ଡ ନାଚ ରେ ଭକ୍ତ ମାନେ ଏକତ୍ରିତ ହୋଇ ଭଗବାନ ଶିବ ପାର୍ବତୀ ଙ୍କୁ ଏବଂ ମାଁ ଦଣ୍ଡକାଳୀ ଙ୍କୁ ଧରି ଭକ୍ତ ମାନଙ୍କ ଦାଣ୍ଡ ଦୁଆର କୁ ଯାଇ ପୂଜା ଅର୍ଚ୍ଚନା କରି ସେହି ଭକ୍ତ ବା ମାନସିକ ଧାରୀ ଙ୍କର ଦାଣ୍ଡରେ ଦଣ୍ଡ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ଦଣ୍ଡ ପଟୁଆ ମାନେ ଚୈତ୍ରମାସ ର ପ୍ରଥମ ଦିନରୁ ଠାକୁର ଶିଵ ପାର୍ବତୀ ଓ ମାଁ କାଳୀ ଙ୍କୁ ଧରି ଦଣ୍ଡ ଉଠାଇ ଭକ୍ତ ମାନଙ୍କର ଦାଣ୍ଡ ଦାଣ୍ଡ ବୁଲି ନାଚ କରି ଚୈତ୍ରମାସ ପଣା ସଂକ୍ରାନ୍ତି ଦିନ ସମାପନ ହୋଇଥାଏ। ଏହି ଦଣ୍ଡୁଆ ମାନଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲା ର ୧୨ ଗୋଟି ବ୍ଲକରେ ଦଣ୍ଡ ଚରିତ୍ର ନେଇ ଦଣ୍ଡନାଚ ହୋଇଥାଏ। ଦିନ ବେଳେ ଦଣ୍ଡ ନାଚରେ ଧୂଳିଦଣ୍ଡ ଭାଙ୍ଗି ଥାନ୍ତି । କୃଷି କାର୍ଯ୍ୟ ଚରିତ୍ର କୁ ନେଇ ନୃତ୍ୟ ପରିବେଷଣ ,ପ୍ରତିଶାଳୀ ବ୍ୟକ୍ତି ମାନେ ଜଙ୍ଗଲ ନଷ୍ଟ କିପରି କରନ୍ତି ତାର କୁ ପରିଣାମ ଚରିତ୍ର ନେଇ ନୃତ୍ୟ ପରିବେଷଣ ହୋଇଥିବା ବେଳେ  ଆଦିବାସୀ କୁଇ ସମ୍ପ୍ରଦାୟର ଓ ପୁରୁଷ ମହିଳା ମାଛଧରିବାକୁ ଯାଇ କିପରି ମହାଜନ ର ଶିକାର ହୋଇଥାନ୍ତି। ଏହି ହୃଦୟ ସ୍ପର୍ଶୀ ସାମାଜିକ ରୀତିନୀତି କୁ ନେଇ ପରିବେଷଣ କରିଥାନ୍ତି। ରାତିରେ ମାଁ କାଳୀଙ୍କ ନୃତ୍ୟ ପରିବେଷଣ କରାଯାଇଥାଏ। ତାପରେ ପରମ୍ପରା ଅନୁଯାୟୀ ହର ପାର୍ବତୀ ନୃତ୍ୟ, ଚଢ଼େୟା ଚଢ଼େୟାଣୀ ନୃତ୍ୟ ପରିବେଷଣ ଠାରୁ ବୀଣା କାର ନାଚ ପଯ୍ୟନ୍ତ ନାଚ ପ୍ରଦର୍ଶିତ ହୋଇଥାଏ।, ଫୁଲବାଣୀ ସହର ମଧ୍ଯ କୁ ପ୍ରଥମେ ପ୍ରବେଶ କରି ଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ଗ୍ରାମପଂଚାୟତ ର ଗୁମାଗଡ଼ ଗ୍ରାମର ଦଣ୍ଡ ଥଳ ପାଟ ଭୁକ୍ତା ବିମଳ ପାତ୍ର ଙ୍କର ବଳିଷ୍ଠ ଉଦ୍ୟମ ରେ ଆଜକୁ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି।ସରକାର ଙ୍କର କୋରନା କଟକଣା ଯୋଗୁଁ ଦୁଇ ବର୍ଷ ହେବ ଦଣ୍ଡନୃତ୍ୟ ଭଲ ଭାବରେ ପରିବେଷଣ ହୋଇପାରିନଥିଲା । ଏ ବର୍ଷ କୋରନା କଟକଣା ର ଶିଥିଳ ସ୍ଥିତି ଯୋଗୁଁ ସେହି ନୂତନ ଦଣ୍ଡଥଳ ଫୁଲବାଣୀ ସହର ମଧ୍ୟକୁ ପଥମେ ପ୍ରବେଶ କରି ଫୁଲବାଣୀ ସହର ର ମଧ୍ୟ ସ୍ଥଳ ଜିରିଙ୍ଗିପଡା ଠାରେ ମହାଦେବ ଓ କାଳୀ ମାଁ ଙ୍କର ଭକ୍ତ କରମ ବେହେରା ଓ ଦାରୁଣ ବେହେରା ଙ୍କର ସମ୍ପୂର୍ଣ୍ଣ ସହଯୋଗ ଯୋଗୁ ଏହି ଗୁମାଗଡ଼ ଦଣ୍ଡନୃତ୍ୟ ଜିରିଙ୍ଗିପଡା ଠାରେ ପ୍ରଥମ ଦିନରେ ପରିବେଷଣ ହୋଇଥିଲା। ଅନ୍ୟ ଦଣ୍ଡ ନୃତ୍ୟ ଅପେକ୍ଷା ଏହି ଗୁମାଗଡ଼ ଦଣ୍ଡଥଳ ନୃତ୍ୟ ଥିଲା ନିଆରା। ଏହି ଦଣ୍ଡର ପାଟଭୁକ୍ତା ବିମଳ ପାତ୍ର ଙ୍କର ପରାକ୍ରମ ଓ ଶିଵ ଠାକୁର ଓ ମାଁ କାଳୀଙ୍କର ଆଶିଷ ମହିମା ଯୋଗୁଁ ପାଟ ଭୁକ୍ତା ବିମଳ ପାତ୍ର ଓ ମାନସିକ ଧାରୀ ଦଣ୍ଡୁଆ ମାନେ ଜଳନ୍ତା ନିଆଁ ରେ ଚାଲିଥିଲେ । ପାଟ ଭୁକ୍ତା ଓ ଦଣ୍ଡୁଆ ଙ୍କର ନିଆଁ ରେ ଚାଲିବା ଦୃଶ୍ୟ ଦର୍ଶକ ଙ୍କୁ ଚକିତ କରିଦେଇଥିଲା। ଦଣ୍ଡ ନୃତ୍ୟ ପରିବେଷଣ ବେଳେ ଏଭଳି ବିପଦ ଜନକ ଦୃଶ୍ୟ କେଉଁ ଦଣ୍ଡଥଳ ରେ ଦେଖିବା କୁ ମିଳେ ନାହିଁ । ଏହି ଦଣ୍ଡର ନିଆରା କାର୍ଯ୍ୟକ୍ରମ ସମସ୍ତ ଦର୍ଶକ ଦିନ ବେଳା ନିଆଁ ଦଣ୍ଡ ଭାଙ୍ଗିବା ଦେଖି ଆବାକ ହୋଇଯାଇଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ଫୁଲବାଣୀ ସହର ସାରା ଭକ୍ତ ଙ୍କର ଭିଡ଼ ଜମି ଥିବା ଦେଖିବା କୁ ମିଳିଥିଲା। ଏହି ଦଣ୍ଡର ପ୍ରଭାବ ଯୋଗୁଁ ଅନ୍ୟ ଭକ୍ତ ଗୁହାରିଆ ମାନଙ୍କର ନିମନ୍ତ୍ରଣ ବରଣା କରିବାର ଅଧିକ ଦେଖିବାକୁ ମିଳୁଛି।ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ରିପୋର୍ଟ

Related posts

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

Sunil Chandra Nayak

ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!