ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ

ଧର୍ମଗଡ଼ ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହ ରାଜ୍ୟର ୩୦ ଗୋଟି ସ୍ଥାନରେ ନୂତନ ଅତ୍ୟାଧୁନିକ କୋର୍ଟ ଗୃହ ନିର୍ମାଣ ପାଇଁ ଆଜି ଆଭାସି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧାରୀ ଶରଣସିଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l କୋଠା ନିର୍ମାଣ କମିଟି ଅଧ୍ୟକ୍ଷ ତଥା ବିଚାରପତି ଡ଼.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, କଳାହାଣ୍ଡି ପୋର୍ଟଫୋଲିଓ ବିଚାରପତି ଶ୍ରୀଯୁକ୍ତ ଭି. ନରସିଂହ ତଥା ଅନ୍ୟାନ୍ୟ ମାନ୍ୟବର ବିଚାରପତି ଓ ପଦାଧିକାରୀ ଙ୍କ ଉପସ୍ଥିତି ରାଜ୍ୟର ୧୭ ଜିଲ୍ଲାରେ ସିଭିଲ କୋର୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଧର୍ମଗଡ଼ ବିଜୁ ଏକ୍ସପ୍ରେସ କୁ ଲାଗି ଚିହ୍ନଟ କରାଯାଇଥିବା ସ୍ଥାନରେ ନୂତନ କୋର୍ଟ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ ଅବସର ରେ କଳାହାଣ୍ଡି ଜିଲ୍ଲା ଜଜ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ ଙ୍କ ତତ୍ୱାବଧାନରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀଯୁକ୍ତ ବିଶ୍ୱ ବିସୃତ କର, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରଜ୍ଞ୍ୟା ପାରମିତା ସ୍ୱାଇଁ ଉପସ୍ଥିତ ଥିଲେ ଧର୍ମଗଡ଼ ଓକିଲ ସଂଘର ସଭାପତି ଶ୍ରୀ ପ୍ରସନ୍ନ କୁମାର ଅଗସ୍ତି, ସମ୍ପାଦକ ଶ୍ରୀ ବିଶ୍ୱନାଥ ମୁଣ୍ଡ ଓ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ସହ ସମସ୍ତ ଓକିଲ ଓ ବିଚାରାଳୟ ର କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

masiha

ରାୟଗଡ଼ା ରେଳ ମଣ୍ଡଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲଙ୍କ ଉପଲବ୍ଧି ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ

Sunil Chandra Nayak

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ

masiha

Leave a Comment

error: Content is protected !!