ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ 

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ 

ରାଉରକେଲା: ଭାରତର ସ୍ଵାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁ ଙ୍କ ୯୪ ତମ ଶହୀଦ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର ଛାତ୍ର ଫେଡେରେସନ୍ ଓ ଶହୀଦ ଭଗତ ସିଂ ସ୍ମୃତି କମିଟି ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସଭା ମାଧ୍ୟମରେ ପାଳନ କରାଯାଇଛି। ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍ ର ଜିଲ୍ଲା ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ମୃତି କମିଟି ର ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ ସ୍ଵାଗତ ଭାଷଣ ଦେଇଥିବାବେଳେ ସ୍ମୃତି କମିଟି ର ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ ଙ୍କ ସଂଯୋଜନା ରେ ଆୟୋଜିତ ଏହି ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସଭା ରେ ରାଉରକେଲା ର ବରିଷ୍ଠ ଆଇନଜୀବୀ ସୁଜୟ କୁମାର ପାଣି, ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ବରିଷ୍ଠ ଆଇନଜୀବୀ ଏମ୍ ମାଲେଶ୍ଵରମ, ସଦାନନ୍ଦ ସାହୁ, ବିସ୍ମୟ ଦାସ, ଚନ୍ଦ୍ରମଣି ଦାଶ,ଯୁଗଳ ଆଚାର୍ଯ୍ୟ, ସନ୍ତୋଷ ବିଶ୍ଵାଳ, ଭାସ୍କର ବେହେରା, ତୁଷାର ନାଏକ,ରାଉରକେଲା କଲଚରାଲ ଏକାଡେମୀ ସଭାପତି ପଶୁପତିନାଥ ଚାଟାର୍ଜୀ, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଭାପତି ବଲବୀର ସିଂ,ବଲଜୀତ ସିଂ, ସୁରେନ୍ଦ୍ର ସିଂ, ସର୍ଦ୍ଦାର ସନ୍ତୋଷ ସିଂ,ସତପାଲ ସିଂ,ଦଲଜିତ ସିଂ,ଶ୍ରମିକ ନେତା ବସନ୍ତ ନାୟକ,ବି ପି ମହାପାତ୍ର, ଅଜୟ ଶର୍ମା, ହୃଦୟାନନ୍ଦ ଯାଦବ, ମହିଳା ନେତ୍ରୀ ତାଜମୁନ ନେହାର, ଶକୁନ୍ତଳା ମହାକୁଡ, ଜୟନ୍ତୀ ମୋହିନୀ, କଂଗ୍ରେସ ନେତା ସୁନିଲ୍ ପଟ୍ଟନାୟକ,ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଯାଯାତି କେଶରୀ ସାହୁ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ସାରନଗରୀ ର ସି ଆଇ ଟି ୟୁ ନେତା ଅରୁ ଦାସ, ବିନୟ ବେହୁରିଆ, ଇସ୍ପାତ ଶ୍ରମିକ ନେତା ରତ୍ନାକର ନାୟକ, ଯଜ୍ଞେଶ୍ଵର ସାହୁ,ବି ବି ଦାସ୍, ବାସୁଦେବ ସାହୁ, ସଚିନ୍ ରାୟ, ଏନ୍ କେ ରାଉତରାୟ, ବଛିରାମ ବେହେରା, ସାଗର ଛୋଟରାୟ,ଅମରେଶ ରାୟ, ଜନ୍ମେଜୟ ଘୋଷ,କୁନ୍ଦନ ବେହେରା ପ୍ରମୁଖ ଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଶହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ।

   ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁ ଙ୍କ ସ୍ମୃତି ଚାରଣ କରି ବକ୍ତାମାନେ କହିଥିଲେ ଯେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଭଗତ ସିଂ ଙ୍କ ଅବଦାନ ଭାରତର ସ୍ଵାଧୀନତା ଆନ୍ଦୋଳନରେ ସ୍ବର୍ଣ୍ଣାକ୍ଷାର ରେ ଲିପିବଦ୍ଧ ହୋଇ ସର୍ବଦା ରହିଛି। ଦେଶକୁ ଇଂଗ୍ରେଜ ମାନଙ୍କ ଠାରୁ ସ୍ଵାଧୀନତା ଦେବାରେ ଶହୀଦ ଭଗତ ସିଂ ଙ୍କ ଭୂମିକା ଅତୁଳନୀୟ। ସେ ଯେଉଁ ପୂର୍ଣ୍ଣ ସ୍ଵରାଜ୍ୟ ର ଡାକରା ଦେଇଥିଲେ ସେ କହୁଥିଲେ କେବଳ ରାଜନୈତିକ ସ୍ଵାଧୀନତା ନୁହେଁ ବରଂ ଅର୍ଥନୈତିକ ଭାବେ ଭାରତୀୟ ମାନେ ସ୍ଵାଧୀନତା ହାସଲ କରିବା ଦରକାର । ଶାସନ ର ପରିବର୍ତନ ନୁହେଁ ବ୍ୟବସ୍ଥା ର ପରିବର୍ତନ ସହିତ ଶୋଷଣ, ଅନ୍ୟାୟ, ଅତ୍ୟାଚାର, ବେକାରୀ, କୁସଂସ୍କାର, ଅନ୍ଧବିଶ୍ୱାସ, ସାଂପ୍ରଦାୟିକତାବାଦ ବିରୋଧରେ ଯୁବ ସମାଜ ଏକ ହେବାକୁ ସେ ଆହ୍ୱାନ କରିଥିଲେ। ଆଜିର ଦିନରେ ମାର୍ଚ୍ଚ ୨୩ ତାରିଖ ୧୯୩୧ ମସିହା ରେ ମାତ୍ର ୨୩ ବର୍ଷ ବୟସରେ ଶହୀଦ ଭଗତ ସିଂ ଙ୍କୁ ସୁକଦେବ ଓ ରାଜଗୁରୁ ଙ୍କୁ ଇଂରେଜ ସରକାର ଫାଶୀ ଦେଇଥିଲେ। ଆଜିର ଯୁବ ଛାତ୍ର ସମାଜ ଶହୀଦ ଭଗତ ସିଂ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜିର ଘଡିସନ୍ଧି ମୁହୂର୍ତ୍ତରେ ଦେଶ ଗଠନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ ଆହ୍ୱାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗତସିଂହପୁର : ରଘୁନାଥପୁରର ପ୍ରସିଦ୍ଧ ‌ମାଘିମେଳା ଉଦଘାଟନ ହୋଇଯାଇଛି 

masiha

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

masiha

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!