ଅଜଣା ଗାଡି ଧକ୍କାରେ ବୃଦ୍ଧ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
ବସ୍ତା 20/03 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରବିବାର ମଧ୍ୟାହ୍ନ ସମୟରେ ସେଣ୍ଡିରୀ ନିକଟରେ ଅଜଣା ଗାଡି ଧକ୍କା ରେ ବୃଦ୍ଧ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବୃଦ୍ଧ ଜଣଙ୍କ କ୍ଷତାକ୍ତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଛି ବୋଲି ଅନୁମାନ କରାଯାଉଛି l ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ ନାହିଁ l