ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

ନର୍ଲା/ମସିହା/30/08/23 // ନର୍ଲାବ୍ଲକ ରୁପ୍ରା ରୋଡ଼ ଅଞ୍ଚଲରେ ଜାଲ ନୋଟ ଓ ରାକେଟ ସକ୍ରିୟ ହୋଇ ଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ହୋଇଥିବା ବେଳେ ଦୋକାନୀ ଓ ବ୍ୟବସାୟୀ ମାନେ ଗ୍ରାହକ ଠାରୁ ଟଙ୍କା ଦେବା ବେଳେ ୧୦ଥର ଓଲଟ ପାଲଟ କରି ଦେଖୁଛନ୍ତି। ରୁପ୍ରାରୋଡ଼ ବଜାରକୁ ୫୦୦ଶହ ୧୦୦ଟଙ୍କିଆ ଜାଲ୍ ନୋଟ୍ ଆସିଥିବା ଚର୍ଚ୍ଚା ହେଉଛି। ରୁପ୍ରା ସହ କଣ୍ଟାବାଞ୍ଜି, ଅମ୍ବାଦୋଲା, ବିଷମ କଟକ, କେସିଙ୍ଗା, ରାୟଗଡ଼ା, ମୁନିଗୁଡା, ରାୟପୁର ଆଦି ସ୍ଥାନରେ ନିବିଡ଼ ବ୍ୟବସାୟୀ ଙ୍କ ସମ୍ପର୍କ ରହିଛି। ରୁପ୍ରାରୋଡ ବ୍ୟବସାୟୀ ଙ୍କ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଦୈନଦିନ ଲକ୍ଷ ଲକ୍ଷ ଟଙ୍କା ର କାରବାର ସହ ବିଭିନ୍ନ ପ୍ରକାର ଜାନବାହାନ ଦଶ ଚକିଆ ଗାଡ଼ି, ପିକ୍ ଅଫ ଭ୍ୟାନ୍, ୪୦୭ ଗାଡିରେ ମାଲ୍ ବୋଝେଇ ଗାଡି ଆସିଥାଏ। ଏସବୁ ମଧ୍ୟ ରେ ଗତ ୨୨/୦୮/୨୦୨୩ ରିଖ ରାତ୍ରି ୮ଘଣ୍ଟା ସମୟରେ ଏଥିରେ ମଧ୍ୟସ୍ଥିତ କରୁଥିବା ରାୟଗଡା ଏଵଂ ବିଷମକଟକ ଅଞ୍ଚଲର ୨ଜଣ ଯୁବକ  ଙ୍କୁ ରାତି ରୁପ୍ରା ରୋଡ ହାଇସ୍କୁଲ୍ ପଡିଆ ନିକଟରେ ଜୋର୍ ମାଡ଼ ହେବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏ ଦୁଇ ଜଣ ଯୁବକ  ଙ୍କୁ ତିନି ଦିନ ଧରି ବନ୍ଧକ ରଖି ଜାଗା ବଦଲାଇ ରଖି ୨୨ ତାରିଖ ଘଟଣା ୨୪ ତାରିଖ ଦିନ କେସିଙ୍ଗା ପୋଲିସ୍ କୁ ଲିଖିତ ଅଭିଯୋଗ କରିଛନ୍ତି ଏଥିରୁ ଜଣାପଡୁଛି ଯେ ଯୁବକ ମାନଙ୍କୁ ତିନି ଦିନ ଧରି ବନ୍ଧକ କରି କାହିଁକି ରଖିଥିଲେ ୨୨ତାରିଖ ଦିନ ସାଙ୍ଗେ ସାଙ୍ଗେ ପୋଲିସ୍ କୁ ଜଣାଇଥିଲେ ନାହିଁ। ତେଣୁ ଏହାର ପଛରେ ବଡ ରାକେଟ ଅଛି ବୋଳି ଜନ ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ଟି ମଙ୍ଗଳବାର ରାତିରେ ରୁପ୍ରାରୋଡ଼ ରେ ଘଟିଥିବା ବେଳେ ଗୁରୁବାର ରାତିରେ କଣ୍ଟାବାଞ୍ଜି ର ଆକାଶ ଶର୍ମା କେସିଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

ଦୀପକ ଠାକୁର, ନର୍ଲା 

Related posts

ନିଖୋଜ ଥିବା ନିରଞ୍ଜନ ଘରକୁ ଫେରିଲେ

Sunil Chandra Nayak

କଳାହାଣ୍ଡି: ଗୋଲାମୁଣ୍ଡା ଥାନା ସମ୍ମୁଖରେ ପିକଅପ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

masiha

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!