ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ସିଂଲା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ସିଂଲା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

ବସ୍ତା,25/03 :ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ବର ଜିଲ୍ଲାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଥାନା, ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ସଚେତନା କରାଯାଇଥିଲା। ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂଲାରେ ସୋମବାର ଅପରାହ୍ନ ୫ ଘଟିକା ସମୟରେ ବାଲେଶ୍ଵର ଏସପି ସାଗାରିକା ନାଥଙ୍କ ନିର୍ଦ୍ଦେଶ ମୂଳେ ବାଲେଶ୍ଵର ଜିଲ୍ଲା ପୋଲିସ,ବିଏସଏଫ,ସିଂଲା ପୋଲିସ ଦ୍ୱାରା ପ୍ଲାଗ ମାର୍ଚ୍ଚ କରାଯାଇଥିଲା।ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସଚେତନତା କରାଇବା ସଙ୍ଗେ ସଙ୍ଗେ ସମସ୍ତ ଜନସାଧାରଣ ପୋଲିସର ସାହାଯ୍ୟ ନେଇ ପାରିବେ ବୋଲି ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏହି ପରିପ୍ରେକ୍ଷୀରେ ସିଂଲା ଠାରୁ ବାହାରି ବଜାର ପଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିବା ସଙ୍ଗେ ସଙ୍ଗେ ଛକ ମାନଙ୍କରେ ଆଇନ ଶୃଙ୍ଖଳା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଆଇନ ଶୃଙ୍ଖଳା ସଚେନତ କାର୍ଯ୍ୟକ୍ରମ ରେ ସିଂଲା ଥାନା ଅଧିକାରୀ ଭୁବନ ମୋହନ ସେଠି,ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡର ,ବିଏସଏଫ ଇନ୍ସପେକ୍ଟର ସଦଳବଳେ ସଚେତନତା ରାଲିରେ ଅଂଶ ଗ୍ରହଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

masiha

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

masiha

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

Leave a Comment

error: Content is protected !!