ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ଓ ଲାଞ୍ଜିଗଡ଼ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି 

ଜୁନାଗଡ଼ ଓ ଲାଞ୍ଜିଗଡ଼ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି 

ଜୁନାଗଡ଼୨୯/୩ ( ମ ନି ସ) ଜୁନାଗଡ଼ ଠାରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଜୁନାଗଡ଼ ଓ ଲାଞ୍ଜିଗଡ଼ ବିଧାନସଭା ଆସନ ପାଇଁ ନିଜର ପାର୍ଥି ଘୋଷଣା ସହ ଇସ୍ତାହାର ପ୍ରକାଶ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଦଳର କଳାହାଣ୍ଡି ଜିଲ୍ଲା ସଂପାଦକ ଗୟାରlମ ପୁଝlରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଉପସ୍ଥିତ ହୋଇ ଜୁନାଗଡ଼ ପ୍ରାର୍ଥୀ ଯୁବ ଆଇନ ଜୀବୀ ତଥା ସମାଜସେବୀ ରାଜେନ୍ଦ୍ର ବୈଠlରୁ ଓ ଲାଞ୍ଜିଗଡ଼ ପାଇଁ ସମାଜସେବୀ ତଥା ବରିଷ୍ଠ ଆଦିବାସୀ ନେତା ଉଦ୍ଧବ ନାଏକ ନାମ ଘୋଷଣା କରିଥିଲେ। ଏଥିରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଅଳ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି ନେତାଜୀଙ୍କ ଆଦର୍ଶରେ ପରିଚାଳିତ ସାଧାରଣ ନଜନତାଙ୍କ ସ୍ୱାର୍ଥ ଓ ସେବା ପାଇଁ କାର୍ଯ୍ୟକରି ଆସୁଛି। ତାଙ୍କ ଆଦର୍ଶ ଏବଂ ମାର୍ଗଦର୍ଶନରେ କାର୍ଯ୍ୟ କରି ଆସୁଛି ଏଣୁ ଦଳ ଏହି ବିଧାନ ସଭା କ୍ଷେତ୍ର ପାଇଁ ଛିଡା ହେଇଥିବା ପ୍ରାର୍ଥୀ ସମାଜର ତଳ ସ୍ଥରର ଲୋକ ଚାଷୀ ,ଶ୍ରମିକ, ଦଳିତ ମାନଙ୍କ ସେବା କରିବାକୁ ପ୍ରତିଶୃତି ବଦ୍ଧ ବୋଲି ପ୍ରକାଶ କରିଥିଲେ।ଜୁନାଗଡ଼ ତଥା ଲାଞ୍ଜିଗଡ଼ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଦାଦନ ସମସ୍ୟା, ଚାଷୀ ସମସ୍ୟା,କୃଷି ଭିତ୍ତିକ ଶିଳ୍ପ, ଗମନାଗମନ ପ୍ରଭୃତି ସମସ୍ୟା ନେଇ ଦଳର ଇସ୍ତାହାର ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦଳର ଅନେକ ତୁଙ୍ଗ ନେତା ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଵିଜାତଳା ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ଶୋଭାଯାତ୍ରା ସହିତ ବ୍ଲକ ଘେରାଉ

masiha

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

masiha

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

Leave a Comment

error: Content is protected !!