ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରେ କିଏ ନ ଥିବା ବେଳେ ଚାଳ ଘର ନିଆ ଲାଗି ସମ୍ଫୁର୍ଣ୍ଣ ଜଳିଗଲା 

ଘରେ କିଏ ନ ଥିବା ବେଳେ ଚାଳ ଘର ନିଆ ଲାଗି ସମ୍ଫୁର୍ଣ୍ଣ ଜଳିଗଲା 

ବନ୍ଧୁଗାଁ ତା ୪/୪/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ସିଲକାଯୋଡ଼ି ଗ୍ରାମରେ ନିଜ ଘରେ କିଏ ନ ଥିବା ବେଳେ ପ୍ରବଳ ଗରମ ସମୟରେ ନିଆ ଲାଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଅଛି । ପ୍ରାପ୍ତ ସୁଚନା ଅନୁଯାଇ ବୁଧବାର ଦିନ ପରିବାରର ମୁଖ୍ୟ ସନାମଣି ଉର୍ଲକା ନିଜ ଘରକୁ ବନ୍ଦ କରି ନିଜ ଜନ୍ମିତ ଶିଶୁ ଓ ସ୍ତ୍ରୀଙ୍କୁ ଦେଖିବା ପାଇଁ ଶଶୁର ଘର କାପୁଲୋଡା ଗାଁକୁ ଯାଇ ଥିଲେ। ଆଜି ସକାଳ ୧୧ ଘଣ୍ଟା ସମୟରେ ସିଲିକାଯୋଡ଼ି ଗାଁ ଠାରୁ ପ୍ରାୟ ଅଧା କି :ମି ଦୂରତା ଥିବା ନିଜ ଜମିରେ ଥିବା ଚାଳ ଛପର ଘରେ ନିଆଁ ଲାଗି ଥିବା ଖବର ଫୋନ ମାଧ୍ୟମରେ ଶୁଣିବାକୁ ପାଇ ଥିଲେ । ସେଠାରୁ ସେ ଫେରିବା ବେଳକୁ ଘର ଟି ସମ୍ପୂର୍ଣ ଜଳି ନଷ୍ଟ ହୋଇ ଥିବା ଦେଖିବାକୁ ପାଇଥିଲେ। ତାଙ୍କ ନିଜ ଗାଁ ରାମଚନ୍ଦ୍ରପୁର ହୋଇଥିବା ବେଳେ ଗରିବ ଆଦିବାସୀ ପରିବାର ୨ ଏକର ଜମିକୁ ଦଖଲ କରି ଚାଷବାସ କରି ଆସୁଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଘରେ କିଏ ନ ଥିବା ବେଳେ କେମିତି ନିଆଁ ଲାଗିଲା ଜଣା ପଡି ନାହିଁ। ନିଆଁ ଲାଗି ଯିବାରୁ ଗରିବ ଆଦିବାସୀ ପରିବାର ନିଜ ପରିଶ୍ରମରେ ଯାହା ଖାଦ୍ୟ ଶସ୍ୟ, ପୋଷାକ, ବାସନ କୁସନ, ଓ ଅନେକ ଆବଶ୍ୟକ କାଗଜ ପତ୍ର ନଷ୍ଟ ହୋଇ ଯାଇଛି ଯଥା ଚାଉଳ ୨୫୦ କେ: ଜି, ମାଣ୍ଡିଆ ୩୦୦ କେ: ଜି, ସୁଆଁ ୩୦୦ କେ: ଜି , ଲୁଗାପଟା, ଚାଉଳ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସ ବୁକ୍ ୨ ଟି, ଭୋଟ ଫୋଟ, ଜମି ରସିଦ, ଛୁଆର ଜନ୍ମ ସାର୍ଟିଫିକେଟ, ରୂପା ଏକ ତୁଳା, ରସ ହାଣ୍ଡି ୫ ଟି, ରସ ରାନ୍ଧିବା ଡେକିଚି ୧୫ ଟି, ପିତଳ ହାଣ୍ଡି ୫ ଟି, ପିତଳ ଥାଳି ୧୦ ଟି, ଷ୍ଟିଲ ହାଣ୍ଡି ୪ ଟି,ଓ ଅନେକ ଚାଷ ଉପଯୋଗୀ ସାମଗ୍ରୀ ରହିଛି। ଏହି ସବୁ ନିଆଁରେ ପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବାରୁ ସରକାର ଙ୍କ ତରଫ ରୁ କିପରି ଅତି ଶୀଘ୍ର ମୁଣ୍ଡ ଗୁଞ୍ଜିବାକୁ ଘର ଓ ପରିବାର ସହିତ ମୁଠେ ଖାଇବାକୁ ଖାଦ୍ୟ ସାମଗ୍ରୀ ପାଇବେ ଏଥିପାଇଁ ଗରିବ ଅସହାୟ ପରିବାର ସରକାର ଙ୍କୁ ଗୁହାରୀ କରିଛନ୍ତି। ନିଆଁ ଲାଗିବା ପରେ ଗ୍ରାମ ବାସୀ ଙ୍କ ତରଫରୁ ସ୍ଥାନୀୟ ଆର ‘ଆଇ ଙ୍କୁ ଅବଗତ କରିଥିବା ଜାଣିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ବଜ୍ରପାତରେ ଗଲା ଜୀବନ

masiha

ଉତ୍କେଲା ଗ୍ରାମପଞ୍ଚାୟତ ରେ କଲାହାଣ୍ଡି ଉତ୍ସବ

Sunil Chandra Nayak

Leave a Comment

error: Content is protected !!