ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା, ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା

ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଲାଞ୍ଜିଗଡ,୦୫/୦୪(ମନିସ)- ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ତିନି ପ୍ରମୁଖ ଦଳ ଏବେ ସମରସଜ୍ଜା ଆରମ୍ଭ କରିଛନ୍ତି । ତେବେ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତ ଥିବା ଶାସକ ବିଜୁ ଜନତା ଦଳ କିନ୍ତୁ ପ୍ରଚାର ମଇଦାନରେ ପ୍ରଥମ ସ୍ଥାନରେ ରହିଛି । କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନର୍ଲାକୁ ଛାଡିଦେଲେ ଅନ୍ୟ ଛଅଟି ବିଧାନସଭା ପ୍ରାର୍ଥୀଙ୍କ ସମେତ ସାଂସଦ ପ୍ରାର୍ଥୀ ବିଭିନ୍ନ ଆରାଧ୍ୟ ଦେବାଦେବୀଙ୍କ ଆଶୀର୍ବାଦ କାମନା କରି ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏହିକ୍ରମରେ ଆଜି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଠାରେ ଏକ ଭବ୍ୟ ସଭାର ଆୟୋଜନ କରି ବିଜେଡି ନିଜର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରଖିବାକୁ ପ୍ରୟାସ କରିଛି । ଲାଞ୍ଜିଗଡ ବ୍ଲକ ତଥା ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ଲାଞ୍ଜିଠାରେ ଅନୁଷ୍ଠିତ ଏହି ସଭାରେ ଦଳର ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବା ସହିତ ବିଜେଡିର ସୁଶାସନକୁ ପାଥେୟ କରି ନିର୍ବାଚନ ଲଢିବାକୁ ଓ ପ୍ରଚାର କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲୋକନାଥ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ତୁଳସୀ ନାଏକ, ବ୍ଲକ ମହିଳା ସଭାନେତ୍ରୀ ସୁଜାତା ଘଡେଇ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ଚନ୍ଦ୍ରଧ୍ୱଜ ପେସନିଆ ପ୍ରମୁଖ ମଞ୍ଚାସୀନ ଥିଲେ । ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ । ବିଜେଡିର ଆଗୁଆ ପ୍ରାର୍ଥୀ ଘୋଷଣା ଏଥର ଦଳୀୟ ପ୍ରଚାରକୁ ସରଗରମ କରି ଦେଇଥିବାବେଳେ ଆଜିର ନିର୍ବାଚନୀ ସଭା ବ୍ଲକର ଦଳୀୟ ନେତା ଓ କର୍ମୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

masiha

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଧୀରାଜ ଙ୍କ ପ୍ରଚାର ଜୋରଦାର

masiha

ମହମ୍ମଦ ମୋକିମ ଙ୍କ ବହିଷ୍କାର ଦାବୀ ରେ ଜଗତପୁରଠାରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!