ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମରେ କଳାରୁଦ୍ର ଯୁବକ ସଂଘ ନେତୃତ୍ୱରେ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସହଯୋଗ ରେ ଆଜି କୁସୁର୍ଲା (ହଜାରୀପଡା) ଉ.ପ୍ରା ବିଦ୍ୟାଳୟରେ ଜଳ ସଂରକ୍ଷଣ ଉପରେ ଛୋଟିଆ ପ୍ରୟାସ କରିଛନ୍ତି! ସମାଜରେ ମନୁଷ୍ୟ ବଞ୍ଚିବା ପାଇଁ ହେଲେ ଜଳର ଯେତେ ଆବଶ୍ୟକତା ଅଛି l ସେହିପରି ଏହି ପୃଥିବୀ ପୃଷ୍ଠ ରେ ଯେତେ ଜୀବଜନ୍ତୁ ବସବାସ କରନ୍ତି, ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ରହିଛି l ପ୍ରବଳ ଗ୍ରୀଷ୍ମକାଳୀନ ସମୟରେ ପାଣି ଟିକେ ପାଇଁ ପଶୁ ପକ୍ଷୀ ମାନେ ଅକାଳ ମୃତ୍ୟୁ ବରଣ କରୁଛନ୍ତି, ତାହାକୁ ରୋକିବା ପାଇଁ ଆମ ଅନୁଷ୍ଠାନ ତରଫରୁ ହଜାରୀପଡା ଉ.ପ୍ରା ବିଦ୍ୟାଳୟ ପରିସରରେ ଥିବା ନଳକୂଅ ସଫେଇ କରି ନିଷ୍କାସିତ ପାଣିକୁ ସଂରକ୍ଷଣ କରିବା ପାଇଁ ଗାତଖୋଲି ପାଣି ସଂଗ୍ରହ କରାଯାଇଥିଲା l ଯାହାଫଳରେ ଗ୍ରୀଷ୍ମ ଋତୁ ରେ ଯେପରି ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନେ ଅସୁବିଧାର ସମ୍ମୁଖୀନ ନହେବେ ତାହାକୁ ଦୃଷ୍ଟିରେ ରଖି ଆମ ଅନୁଷ୍ଠାନ ଏହା ଗୁଟିଏ ଛୋଟିଆ ପ୍ରୟାସ କରିଥିଲୁ l ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁ, ସମାଜ ସେବୀ ଶ୍ରୀ ତ୍ରିଲୋଚନ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଠାକୁର ସାହୁ, ନୀଳକଣ୍ଠେଶ୍ଵର ସାହୁ, ହେମନ୍ତ ସାହୁ, ଶିବପ୍ରସାଦ ସାହୁ ଯୋଗଦାନ କରିଥିବା ବେଳେ ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

Sunil Chandra Nayak

ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ

masiha

ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଦଶ୍ମିତା ନାଏକ ପୁରସ୍କୃତ

masiha

Leave a Comment

error: Content is protected !!