ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

 ମୟୂରଭଞ୍ଜ- ୯/୦୪ ( ମସିହା)ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଅଧିନସ୍ଥ ସାନପାଖଣା ପଞ୍ଚାୟତୟ ରାଖାସାହି ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ବାର୍ଷିକୋତ୍ସବ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅବନ୍ତୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଇକୋ କ୍ଲବ ଉପରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସାରଗର୍ଭକ ଭାଷଣ ଦେଇଥିଲେ । ପରିବେଶ ସୁରକ୍ଷା,ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ବ ଓ ପରିବେଶବିତମାନେ ଚିନ୍ତିତ ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ପରିବେଶକୁ ଗୁରୁତ୍ଵ ଦେବା ସହ ସମସ୍ତେ ବୃକ୍ଷରୋପଣ ଓ ସୁରକ୍ଷା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ପରେ ଇକୋ କ୍ଲବ ତରଫରୁ (ଆମ ବିଦ୍ୟାଳୟ ଆମ ପରିବେଶ )କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଏନଏସି ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ , ସାମ୍ୱାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ହରି ପ୍ରସାଦ ଭାରତୀ ସମ୍ମାନୀତ…

masiha

ସି ଆର ଏମ ଋଣ ସମବାୟ ସମିତି ର ୫୦ ତମ ସଧାରଣ ବୈଠକ ଅନୁଷ୍ଠିତ

masiha

ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!