ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

ଡାବୁଗାଁ, ୧୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ମାଟିଯାତ୍ରା ତଥା ବିହନ ଛିନା ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି |ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଲେ ଏଠିକାର ୯୦ ପ୍ରତିଶତ ଆଦିବାସୀ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି |ନବରଙ୍ଗପୁର ଜିଲାରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଞ୍ଚଳିକ ପର୍ବପର୍ବାଣୀ ସବୁ ପାଳିତ ହେଉଥିବା ବେଲେ କୃଷି ଭିତ୍ତିକ ପର୍ବପର୍ବାଣୀ ଗୁଡିକର ମଧ୍ୟ ଅନେକ ମହତ୍ୱ ରହିଛି | ଚୈତ୍ର ମାସର ପ୍ରାରମ୍ଭରେ ଚାଷୀମାନେ ଏହି ମାଟିଯାତ୍ରା ପର୍ବଟିକୁ ପାଳନ କରିଥାନ୍ତି | ବିହନ ଛୀନା ପର୍ବ ତଥା ମାଟିଯାତ୍ରା ହେଉଛି ଆଦିବାସୀ ମାନଙ୍କ ପ୍ରଥମ କୃଷି ଭିତ୍ତିକ ପର୍ବ | ଏହି ପର୍ବକୁ କୃଷି ଅନୁକୂଳ ପର୍ବ ମଧ୍ୟ କୁହାଯାଏ | ଗ୍ରାମର ପାଖରେ ଏକ ଜମିରେ ଥିବା ଠେଙ୍ଗୁଆଭୀମା ଦେବତା ଙ୍କ ପ୍ରତୀକ ଭାବେ ଥିବା ଏକ ପଥର ପ୍ରତିମା କୁ ପୂଜାର୍ଚ୍ଚନା କରାଯାଇଥାଏ | ପରେ ଘରୁ ସାଙ୍ଗରେ ଆଣିଥିବା ଧାନ ବିହନ କୁ ଉକ୍ତ ସ୍ଥାନରେ ବୁଣା ଯାଇଥାଏ | ରାତ୍ରିରେ ବୁଣା ଯାଇଥିବା ବିହନ କୁ ଗ୍ରାମର ପୂଜାରୀ ସଂଗ୍ରହ କରି ବିହନରେ ବିଭିନ୍ନ ରଙ୍ଗ ଗୋଳାଯାଇଥାଏ | ପରେ ପୂଜାରୀ ଏହି ରଙ୍ଗ ବୋଳା ଯାଇଥିବା ଧାନ କୁ ଘରୁ ଆଣି ଗ୍ରାମ ର ସମସ୍ତ ଚାଷୀଙ୍କୁ ଅଳ୍ପ ଅଳ୍ପ ବଣ୍ଟାଯାଇଥାଏ | ପରେ ଗ୍ରାମର ସମସ୍ତ ଚାଷୀ ମାନେ ପୂଜାରୀ ଦେଇଥିବା ବିହନକୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥାନ୍ତି | ପରେ ଉକ୍ତ ବିହନକୁ ଏକ ନୂତନ ମାଟି ହାଣ୍ଡିରେ ଧାନ ବୁଣା ସମୟ ପର୍ଯ୍ୟନ୍ତ ଯତ୍ନରେ ରଖିବା ପରେ ଧାନ ବୁଣିବା ଦିନ ଉକ୍ତ ଶୁଭ ବିହନକୁ ଅନ୍ୟ ବିହନ ସହ ମିଶାଇ ଜମିରେ ବୁଣିଥାନ୍ତି | ଏଥିରେ ଗ୍ରାମର ପୂଜାରୀ ଗଜବଳ ପୂଜାରୀ ଙ୍କ ସହ କପୁର ଚନ୍ଦ୍ର ମାଝି, ଲାଇବାନ ଭତ୍ରା, କରମା ପୂଜାରୀ, ଚୈତନ୍ୟ ଭତ୍ରା, ସୁକଦେବ ପୂଜାରୀ, ପୁରନ ମାଝି, ବୈଦୁ ଭତ୍ରା, ଦଶରଥ ଭତ୍ରା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

masiha

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି:୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

Sunil Chandra Nayak

Leave a Comment

error: Content is protected !!